ଦିବ୍ୟ ଜୀବନ ସଙ୍ଘ ପାରଳାଖେମୁଣ୍ଡି ଶାଖାର ବାର୍ଷିକ ଉତ୍ସବ ଏବଂ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ସତସଙ୍ଘ ସମାରୋହ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଫ୍ରେଣ୍ଡସ କଲୋନୀର ତୃତୀୟ ଲାଇନ ଠାରେ ଥିବା ଦିବ୍ୟ ଜୀବନ ସଂଘ ପାରଳାଖେମୁଣ୍ଡି ଶାଖାର ବାର୍ଷିକ ଉତ୍ସବ ଏବଂ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ସତସଙ୍ଘ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ସମୟରେ ପ୍ରଭାତ ଫେରୀ ହୋଇଥିଲା । ସକାଳ ସମୟରେ ମହନ୍ତ ଶ୍ରୀ ରାମାନନ୍ଦ ଦାସଜୀ ମହାରାଜା, ସ୍ୱାମୀ ଶ୍ରୀ ପରଂବ୍ରହ୍ମ।ନନ୍ଦ ସରସ୍ୱତୀ ମହାରାଜା, ସ୍ୱାମୀ ଶ୍ରୀ ଗୁରୁଶରଣାଗତାନନ୍ଦ ସରସ୍ୱତୀ ମହାରାଜା ଆଶ୍ରୀର୍ଵଚନ ପ୍ରଦାନ କରିଥିଲେ । ପରେ ହରିନାମ କୀର୍ତ୍ତନ ସହ ପ୍ରବଚନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର 25 ଟି ଦିବ୍ୟ ଜୀବନ ସଙ୍ଘର ଭକ୍ତ ମାନେ ଉପସ୍ଥିତ ରହିଥିବା ସହ ପାରଳାଖେମୁଣ୍ଡି ଶାଖାର ସଭାପତି ମୀନକେତନ ବଛ,, ସଂପାଦକ ପ୍ରସାଦ କୁମାର ନାୟକ, ବରିଷ୍ଠ ଗୁରୁ ଭାଇ ମଧୁସୂଦନ ନାୟକ, କୈଳାସ ଚନ୍ଦ୍ର ଜେନା, ରାମଚନ୍ଦ୍ର ଦାସ ଙ୍କ ସମେତ ବହୁ ଗୁରୁଭାଇ ଓ ମାଆ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *