ସୁକିନ୍ଦା ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୁକିନ୍ଦା ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ଉତ୍ସବ ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି । ଦେବୋତ୍ତର ବିଭାଗ ପକ୍ଷରୁ ସୁକିନ୍ଦାଗଡର ବହୁ ପୁରାତନ ଜଗନ୍ନାଥ ମନ୍ଦିର ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥାଏ । ରବିବାର ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରତ୍ନବେଦିରୁ ନିଆଯାଇ ସ୍ନାନ ମଣ୍ଡପରେ ଅବସ୍ଥାପିତ କରାଯିବା ପରେ ସ୍ନାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ଥାନୀୟ ବ୍ରାହ୍ମଣ ସମାଜର ବ୍ରାହ୍ମଣ ଓ ମନ୍ଦିର ପୂଜକ ପ୍ରଭୁଙ୍କର ସ୍ନାନ କାର୍ଯ୍ୟ ସମ୍ପନ୍ନ କରିଥିଲେ । ପରେ ପରେ ଯଥାବିଧି ପୂଜାର୍ଚ୍ଚନା କରିବା ସହ ଗଜାନନ ବେଶ କରାଯାଇଥିଲା । ସୁକିନ୍ଦା ତହସିଲଦାର ତଥା ଦେବୋତ୍ତର ବିଭାଗ ମୁଖ୍ୟ ଦମୟନ୍ତୀ ସାହୁଙ୍କ ତତ୍ତ୍ଵାବଧାନରେ ଏହି ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ରାଜାସାହେବ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର, ଦେବୋତ୍ତର କମିଟିର ସଦସ୍ୟ, ବ୍ରାହ୍ମଣ ସମାଜର ଅନେକ ମୂରବୀ ଶ୍ରେଣୀୟ ଲୋକଙ୍କ ସମେତ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ସ୍ନାନ ପରେ ସନ୍ଧ୍ୟାରୁ ପ୍ରଭୁ ଅଣସରରେ ରହିବେ । ଆସନ୍ତା ନେତ୍ର ଉତ୍ସବରେ ନବଯୌବନ ଦର୍ଶନ ମିଳିବ ।

Leave a Reply

Your email address will not be published. Required fields are marked *