ଜିଲାପାଳଙ୍କ ନିର୍ଦ୍ଦେଶକୁ ଜିଲ୍ଲା ଶିକ୍ଷା ବିଭାଗର ଫୁ !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜିଲାପାଳଙ୍କ ନିର୍ଦ୍ଦେଶକୁ ଜିଲ୍ଲା ଶିକ୍ଷା ବିଭାଗର ଫୁ । ଅତି ପ୍ରବଳ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଜିଲାପାଳ ସତର୍କ କରାଇ ସମସ୍ତ ବିଦ୍ୟାଳୟ ଗୁଡିକୁ ବନ୍ଦ କରିବାକୁ ନିର୍ଦେଶ ଦେଇଥିବା ବେଳେ , ତାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି । ଦେଖୁଥିବା ଦୃଶ୍ୟ ହେଉଛି ପୁରୀ ଜିଲ୍ଲା କଣାସ ବ୍ଲକ ଦୟା ନଦି ରେ ଆସିଥିବା ଭୟଙ୍କର ବନ୍ୟା ଜଳ ଲହଡି ଭାଙ୍ଗୁଥିବାର ଦୃଶ୍ୟ । ଯେଉଁଠି ଅଣ୍ଟାଏ ଉଚ୍ଚରେ ଅଧିକ ଜଳ ସ୍ରୋତ ବଢି ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ପାଣି ଚାଲୁଅଛି । ସ୍ଥାନୀୟ ପ୍ରଶାସନ ସେ ଜାଗାକୁ ନଯିବା ପାଇଁ ସମ୍ପୂର୍ଣ୍ଣ ଜନସାଧାରଣଙ୍କୁ ରୋକ ଲଗାଇଥିବା ବେଳେ , କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସେହି ଜାଗାରେ । ରାସ୍ତା ଉପରେ ଅଣ୍ଟାଏ ଉଚ୍ଚରେ ବନ୍ୟା ଜଳ କରେଣ୍ଟ ଭଳି ଲହଡି ଭାଙ୍ଗୁଛି । ବିଦ୍ୟାଳୟ ର ଛାତ୍ରଛାତ୍ରୀ ପ୍ରଖର ଜଳ ସ୍ରୋତରେ ବିପଦ ସଂକୁଳ ଅବସ୍ଥାରେ ହାତକୁ ହାତ ଧରି ମଜା ନେଉଛନ୍ତି । ନା ଅଛନ୍ତି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ନା ଅଭିଭାବକ । ବନ୍ୟା ଜଳରେ ବିଷାକ୍ତ ଜନ୍ତୁ ଏବଂ ଭୟଙ୍କର ବନ୍ୟା ଜଳର ପ୍ରଖର ସ୍ରୋତ କୁ ଖାତିର ନକରି ଜୀବନ କୁ ବିପନ୍ନ କରି ଜଳକ୍ରୀଡାରେ ମାତିଛନ୍ତି ଛାତ୍ରଛାତ୍ରୀ । ଯଦି କିଛି ଅଘଟଣ ହୋଇଯାଏ ଏଥିପାଇଁ କିଏ ଦାୟୀ ହେବ ? ଜିଲ୍ଲା ପ୍ରଶାସନ ନା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ । କାହା ଦାୟିତ୍ୱରେ ଛାତ୍ରଛାତ୍ରୀ ଙ୍କ ଏ ଅମୂଲ୍ୟ ଜୀବନ ।ଏଥିପାଇଁ ଦାୟୀ ହେବେକି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ? ଏମାନେ ହେଉଛନ୍ତି କଣାସ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ । ଏ ବାବଦରେ ଆମେ ବିଦ୍ୟାଳୟ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଙ୍କୁ ପଚାରିବା ପରେ କହିଥିଲେ , ଆମକୁ ଉପରୁ ନିର୍ଦ୍ଦେଶ ଥିଲା ବିଦ୍ୟାଳୟ କୁ ଏକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଙ୍କୁ ଆସିବା ପାଇଁ । ଏପରି ସ୍ଥିତିରେ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଏବଂ ଜିଲାପାଳଙ୍କ ଘୋଷଣା ମୂଲ୍ୟ ହୀନ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି .

Leave a Reply

Your email address will not be published. Required fields are marked *