ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ରକ୍ତଦାନ ଶିବିରର ଆୟୋଜିତ ହୋଇଥିଲା । ଏଥିରେ ମୋଟ ୨୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିବାର ଜଣାପଡିଛି । ଏହି ଶିବିର ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ମିଳିତ ଆନୁକୁଲ୍ୟରେ ମୁଖ୍ୟ ଶାଖା ପରିସରରେ ଆୟୋଜିତ ହୋଇଥିଲା । ଏଥିରେ ଏସବିଆଇର କାର୍ଯ୍ୟରତ କର୍ମଚାରୀ ତଥା ଅଧିକାରୀ ମାନଙ୍କ ସହ ଯୁବଗୋଷ୍ଠୀ ମାନେ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ଏନେଇ ପାରଳା ଏସବିଆଇ ମୁଖ୍ୟ ଶାଖାର ମୁଖ୍ୟ ପରିଚାଳକ ଚକ୍ରଧର ନାୟକ କହିଛନ୍ତି ଯେ, ଏହି ରକ୍ତ ଦାନ ଶିବିର ମୁଖ୍ୟତଃ ବାହାନଗା ରେଳ ଦୁର୍ଘଟଣାରେ ହଜାର ସଂଖ୍ୟକ ଗୁରୁତର ଆହତଙ୍କ ସହାୟତା ନିମନ୍ତେ ଆୟୋଜନ କରାଯାଇଛି । ଏହି ରେଳ ଦୁର୍ଘଟଣା ଅତି ଦୁଃଖଦ ଘଟଣା ଅଟେ । ଆମ୍ଭେ ସେହି ସ୍ଥାନକୁ ଯାଇ ନପାରିଲେ ମଧ୍ୟ ଆବଶ୍ୟକ ସ୍ଥଳେ ସଂଗୃହୀତ ରକ୍ତ ସେଠାକୁ ଯାଇପାରେ ବୋଲି ଅନୁମାନ କରି ଏପରି ଆୟୋଜନ କରାଯାଇଥିବାର କହିଛନ୍ତି । ଏହି ରକ୍ତଦାନ ଶିବିରରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ଜେ. ପଟ୍ଟନାୟକ, ରକ୍ତଭଣ୍ଡାରର ଖଗେଶ୍ଵର ବେହେରା ପ୍ରତ୍ୟେକ୍ଷ ଭାବେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରକୁ ଏସବିଆଇର ସୁଶୀଳ କୁମାର ପାଢୀ, ଅଶୋକ କୁମାର ସାହୁ, ଶ୍ରୀନୁ ସାହୁ, ବିକାଶ କୁମାର ସାହୁ ପ୍ରମୁଖ ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।
ରେଳ ଦୁର୍ଘଟଣା ରେ ଆହତଙ୍କ ଲାଗି ପାରଳା ଏସ୍.ବି.ଆଇ ମୁଖ୍ୟ ଶାଖା ପକ୍ଷରୁ ରକ୍ତଦାନ ଶିବିର !!!

