ବିଶ୍ଵ ରକ୍ତଦାତା ଦିବସ ରେ ଗଜପତି ବ୍ଲଡ ଡୋନର ସଂଘ ପକ୍ଷରୁ ୬୦ ୟୁନିଟ ରକ୍ତ ସଂଗ୍ରହ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବ୍ଲଡ ବ୍ୟାଙ୍କ ପରିସରରେ ବିଶ୍ଵ ରକ୍ତଦାତା ଦିବସ ଅବସରରେ ଗଜପତି ବ୍ଲଡ ଡୋନର ସଂଘ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା ସହ ଗଜପତି ବ୍ଲଡ ଡୋନର ସଂଘର ବାର୍ଷିକ ଉତ୍ସବ ପାଳିତ ହୋଇଛି । ଏହି ଶିବିରକୁ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର, ଏଡିଏମ୍ଓ ଡାକ୍ତର ପ୍ରଦୀପ କୁମାର ପଣ୍ଡା, ଗଜପତି ଜିଲ୍ଲା ବ୍ଲଡ ଡୋନର ସଂଘର ସଭାପତି ଜି.ନବୀନ କୁମାର, ଉପସଭାପତି ଏସ୍.ରୁଷି, ସମ୍ପାଦକ ୱାଇ. ଚନ୍ଦ୍ରଶେଖର ପ୍ରମୁଖ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଞ୍ଜ ଏହି ଅବସରରେ ରକ୍ତ ଦାନର ମହତ୍ଵ ଏବଂ ଉପକାର ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଶିବିରରେ ସଂଘର ସଦସ୍ୟ ଏବଂ ସହରର ଯୁବଗୋଷ୍ଠୀ ମାନେ ଯୋଗଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଅବସରରେ ମୋଟ ୬୦ ୟୁନିଟ ରକ୍ତ ସଂଗ୍ରୃହୀତ ହୋଇଥିବା ବେଳେ ସମସ୍ତ ରକ୍ତଦାତାଙ୍କୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଛି । ଏହି କାର୍ଯ୍ୟକ୍ରମେ ଗଜପତି ବ୍ଲକ ଡୋନର ସଂଘର ଜଗତ ମୋହନ ସାହୁ, କେ. ଶରତ କୁମାର, ମୋହିନୀ ପ୍ରଧାନ, ମମତା ପାଢୀ, କୌଳାସ ଚନ୍ଦ୍ର ବିଶ୍ଵାଳ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିବା ସହ ବ୍ଲଡ ବ୍ୟାଙ୍କର ଡାକ୍ତର ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।

 

Leave a Reply

Your email address will not be published. Required fields are marked *