ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଏସିଆ ମହାଦେଶ ର ସର୍ବ ବୃହତ ଶାଳ ଶାଗୁଆନ ଜଙ୍ଗଲ ତଥା ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ନିଳାଦ୍ରୀ ପ୍ରସାଦ ଗ୍ରାମପଞ୍ଚାୟତ । ଏହି ଗ୍ରାମପଞ୍ଚାୟତର ଖୁଣ୍ଟପଲ୍ଲୀ ଆଦିବାସୀ ଗ୍ରାମ । ଏହି ଗ୍ରାମର ଯୁବକ ମାନେ ମିଶ ରଜ ପର୍ବ ପାଇଁ ତିଆରି କରିଛନ୍ତି ଦୋଳି l ଗ୍ରାମର ଯୁବକ ସନ୍ତୋଷ ଜାନୀ, ସୁନିଲ ଜାନୀ ସାଗର ଜାନୀ, ପ୍ରଶାନ୍ତ ଜାନୀ, ଏକତ୍ରୀତ ହୋଇ ନିଜସ୍ୱ ଜ୍ଞାନକୌଶଳରେ କାଠ ଓ ବାଉଁଶ ସାହାଯ୍ୟରେ ବିଭିନ୍ନ ପ୍ରକାରର ସୁସଜ୍ଜିତ ଦୋଳି ତିଆରି କରିଥିବା ଦେଖିବାକୁ ମିଳିଛି । ଏହି ଦୋଳି ଦେଖିବାକୁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଛି । ଏହି ଦୋଳିରେ ବସି ରଜ ମହୋତ୍ସବର ମଜା ନେଉଛନ୍ତି ସ୍ଥାନୀୟ ଅଞ୍ଚଳ ବାସି । ନିଆରା ପରମ୍ପରା କୁ ବଜାୟ ରଖି ଗ୍ରାମର ସମସ୍ତ ବ୍ୟକ୍ତି ରଜ ଗୀତ ର ତାଳେ ତାଳେ ଦୋଳିରେ ଝୁଲିବା ଏକପ୍ରକlର ବାଣପୁର ବାସୀଙ୍କ ପାଇଁ ଆନନ୍ଦଦାୟକ ହୋଇଛି l ରଜ ଦୋଳି କଟ ମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଗୀତ ଗାଇ ଯୁବକ ଓ ଯୁବତୀ ମାନେ ଉତ୍ସାହର ସହିତ ଖୁସି ବ୍ୟକ୍ତ କରୁଥିବାର ଦେଖାଯାଏ l ଆଜିର ଦିନରେ ହଜି ଯାଉଥିବା ଏହି ପ୍ରକାର ଦୋଳିକୁ ପୁନର୍ଜୀବିତ କରିବା ପାଇଁ ଭାଇ ମାନେ ଭଉଣୀ ର ଖୁସି ପାଇଁ ଦୋଳି ତିଆର କରନ୍ତି l କିନ୍ତୁ ଏହିଭଳି ଦୋଳି ତିଆରି କରି ଅଞ୍ଚଳ ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଆଦିବାସୀ ଅଧ୍ୟୁଷିତ ଖୁଣ୍ଟପଲ୍ଲୀ ଗ୍ରାମ l
ଖୁଣ୍ଟପଲ୍ଲୀ ଗ୍ରାମରେ ନିଆରା ରଜଦୋଳି ର ମଜା !!!

