ବାଣପୁରରେ ସାମ୍ବାଦିକଙ୍କୁ ଅଣଦେଖା : ଆଗାମୀ ଦିନରେ ସରକାରୀ କାର୍ଯ୍ୟକ୍ରମରେ ସହଯୋଗ କରିବେ ନାହିଁ ସାମ୍ବାଦିକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନକୁ ଦିନ ବଢି ଚାଲିଚି ସାମ୍ବାଦିକଙ୍କ ପ୍ରତି ବିକୃତ ମାନସିକତା । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା କରୁଛନ୍ତି ସରକାରୀ କର୍ମଚାରୀ । ସରକାର ସମ୍ବନ୍ଧୀୟ ତଥ୍ୟର ପ୍ରଚାର ପ୍ରସାରକୁ ବିରୋଧ କରୁଛନ୍ତି ନିଜେ ସରକାରୀ କର୍ମଚାରୀ । ସୂଚନା ଥାଉକି ବାଣପୁର ବ୍ଲକରେ ନୂତନ କରି ବିଡିଓ ଭାବେ ଯୋଗ ଦେଇଥିବା ଶ୍ରିମତୀ ଶୀତଲ ଅଗ୍ରୱାଲ ସାମ୍ବାଦିକଙ୍କୁ ପ୍ରତିଟି କାର୍ଯ୍ୟରେ ଅଣଦେଖା କରୁଛନ୍ତି । ଗଣମାଧ୍ୟମରେ ସରକାରୀ ଜିନିଷର ପ୍ରଚାର ପ୍ରସାର ନ ହେବା ହେତୁ ବାଣପୁର ବ୍ଲକ ବାସିନ୍ଦା ଏବଂ ବ୍ଲକ ମଧ୍ୟରେ କୌଣସି ଯୋଗସୂତ୍ର ରହୁନାହିଁ, ଯାହା ଫଳରେ ଅନେକ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ କୌଣସି ପ୍ରକାର ଜନ ହିତକର ଯୋଜନାକୁ ନେଇ ଦିନେ ହେଲେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରୁ ନାହାଁନ୍ତି । ବାଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ସାଧାରଣ ଲୋକଙ୍କ ସମସ୍ୟା କହିଲେ ନସରେ । କେନ୍ଦ୍ର ସରକାରଙ୍କ ଅମୃତ ସରୋବର ଯୋଜନା ଏବଂ ନରେଗା ଯୋଜନାରେ ବ୍ୟାପକ ଦୁର୍ନିତୀ ହେଉଥିବା ଅଭିଯୋଗ ହେଲେ ମଧ୍ୟ ବିଡିଓଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଯୋଉଥି ପାଇଁକି ଦୁର୍ନିତୀର ଗନ୍ତାଘର ପାଲଟିଛି ବାଣପୁର ବ୍ଲକ । ଗତ ୧୮ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜିଲ୍ଲା ମୂଖ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ସବୁଠି ଅନୁଷ୍ଠିତ ହୋଇଯାଇଛି ବାତ୍ୟା ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ । ଉକ୍ତ କାର୍ଯ୍ୟକ୍ରମକୁ ନେଇ ବାଣପୁର ବ୍ଲକରେ କୌଣସି ସାମ୍ବାଦିକଙ୍କୁ ଅବଗତ କରାଯାଇନାହିଁ । କିନ୍ତୁ ଅପରପକ୍ଷରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସିଧା ସଳଖ ଜିଲ୍ଲା ଲୋକ ସମ୍ପର୍କ ସୂଚନା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଏହାର କେମିତି ବ୍ୟାପକ ପ୍ରଚାର ପ୍ରସାର ହେବ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବାଣପୁର ବିଡିଓ ଅବମାନନା କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶର ଧଜିଆ ଉଡାଇଛନ୍ତି । ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବରରେ କୌଣସି ସାମ୍ବାଦିକଙ୍କୁ ନ ଡାକିବାର କାରଣ ହେଉଛି , ବାଣପୁର ବ୍ଲକରେ ଚାଳିଥିବା କଳା କାରନାମା କାଳେ ପଦାରେ ପଡିଯିବ ଏବଂ ଦୁର୍ନିତୀର ମୁଖା ଖୋଲିଦେବେ ସାମ୍ବାଦିକ ମାନେ ! ଘଟଣାକୁ ନେଇ ବିଡିଓଙ୍କୁ ତାତ୍ସଲ୍ୟ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବି ମାନେ । ଆଗାମୀ ଦିନରେ ସାମ୍ବାଦିକଙ୍କ ପ୍ରତି ବିଡିଓଙ୍କ ଏଭଳି ବୈମାତୃକ ମନୋଭାବ ରୁହେ ତେବେ କଲମ ଛାଡ ଆନ୍ଦୋଳନ ସହ ସରକାରୀ କାର୍ଯ୍ୟରେ ଜମା ସହଯୋଗ କରିବେ ନାହିଁ ବୋଲି କହିଛନ୍ତି ସଂଘର କର୍ମକର୍ତା !

Leave a Reply

Your email address will not be published. Required fields are marked *