ଆନ୍ତର୍ଜାତିକ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନର ର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ରାୟ ଯୋଗ ଦେଇଥିଲେ , ଅବକାରୀ ବିଭାଗ ଅଧିକାରୀ ଶ୍ରୀଯୁକ୍ତ କରୁଣାକର ତିୱାରୀ ,ଡ୍ରଗ୍ସ ଇନ୍ସପେକ୍ଟର ଶ୍ରୀମତୀ ପ୍ରିୟଙ୍କା ଚକ୍ରବର୍ତ୍ତୀ, ସୂଚନା ଲୋକସଂପର୍କ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୁ ,ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଅଧିପତି କଅଁର ଯୋଗଦେଇଥିଲେ l ନୟାଗଡ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାୟ ର ଛାତ୍ରୀ ମାନେ ଏବଂ ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟ ର ଏନ ସି ସି କ୍ୟାଡ଼ର ଛାତ୍ର ଅହି କାର୍ଯକ୍ରମ ରେ ଉପସ୍ଥିତ ରହିଥିଲେ lଏହି କାର୍ଯକ୍ରମ ରେ ଅଧିକାରୀ ମାନେ ନୟାଗଡ ଜିଲ୍ଲା ରୁ କିପରି ନିଶା ସେବନ କୁ ପ୍ରତିହତ କରାଯିବ ଏହା ଉପରେ ଗୁରୁତ୍ୱ ଆଲୋଚନା କରିଥିଲେ ନିଶା ଖାଇବାଦ୍ୱରା କିପରି ଗୋଟିଏ ପରିବାର ତଳିତଳାନ୍ତ ହେଉଛି ଓ ମାନସିକ ଦୂର୍ଗତିର ଶିକାର ହେଉଛନ୍ତି ତାହାକୁ କିପରି ନିଜର ଇଚ୍ଛାଶକ୍ତି ବଳରେ ଏହା କୁ ରୋକାଯାଇ ପାରିଥିବ ଏହା ଉପରେ ବ୍ୟକ୍ତ କରିଥିଲେ l ଶ୍ରୀମତୀ ପ୍ରିୟଙ୍କା ଚକ୍ରବର୍ତ୍ତୀ କହିଥିଲେ କୋରେକ୍ସ ସାଧାରଣ କାଶ ର ଔଷଧ ରୂପେ ବ୍ୟବହାର କରାଯାଏ କିନ୍ତୁ ଲୋକ ମାନେ ଏହାକୁ ନିଶା ରୂପେ ବ୍ୟବହାର କରୁଛନ୍ତି ଏହାକୁ ରୋକିବପାଇଁ ସରକାରୀ ସ୍ତରରେ ଔଷଧ ଦୋକାନ ମାନଙ୍କରେ ଚଢାଉ କରାଯାଉଛି ।ବରିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ରାମକୃଷ୍ଣ ରଥ ନିଶା ନିବାରଣ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ସମାଜରେ ନିଶା ଗ୍ରହଣ କରୁଥିବା ଲୋକଙ୍କୁ ନିଶା ଛଡାଇବା ପାଇଁ ଶପଥ କରାଇବା ପାଇଁ ଆହ୍ୱାନ ଦେଇଥିଲେ । ସେବା ଟ୍ରଷ୍ଟ ପକ୍ଷରୁ ୫ଜଣ ନିଶା ସେବନ କାରୀଙ୍କୁ ନିଶା ନିବାରଣ ରେ ରଖୀ ସମ୍ପୂର୍ଣ୍ଣ ନିଶା ଛଡାଇ ଥିଲେ l ସମ୍ପୂର୍ଣ ନିଶାମୁକ୍ତ ହେଲାପରେ କିଭଳି ଜୀବନର ପରିବର୍ତ୍ତନ ହୋଇଥିଲା ତାହାଉପରେ ସେହି ବ୍ୟକ୍ତି ମାନେ କହିଥିଲେ । ଏବଂସେ ୫ ଜଣ ଙ୍କୁ ସମସ୍ତ ମଞ୍ଚାସିନ ଅତିଥି ମାନେ ସମ୍ବର୍ଦ୍ଧନା କରିଥିଲେ l

Leave a Reply

Your email address will not be published. Required fields are marked *