ଚିଲିକା : ମତ୍ସ୍ୟଜୀବୀ ଙ୍କୁ ସଚେତନ କଲା ମତ୍ସ୍ୟ ବିଭାଗ !!!

0
414

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀ ମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ସବୁ ଯୋଜନା ଗୁଡିକ କିପରି ମତ୍ସ୍ୟଜୀବୀ ମାନଙ୍କ ପାଖରେ ପହଞ୍ଚି ପାରିବ ଏବଂ ସେମାନେ କିପରି ଏହାର ଫାଇଦା ନେଇ ପାରିବେ ସେ ସମ୍ପର୍କରେ ମତ୍ସ୍ୟ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ଜନ ସଚେତନତା କାର୍ଯ୍ୟକ୍ରମ । ବାଲୁଗାଁ ମତ୍ସ୍ୟ ବିଭାଗର ସହକାରୀ ମତ୍ସ୍ୟ ଅଧିକାରୀ ଚିନ୍ମୟୀ ଶୁଭସ୍ମିତା ଙ୍କ ଦ୍ଵାରା ଆୟୋଜିତ ହୋଇଥିବା ଏହି ଜନ ସଚେତନତା କାର୍ଯ୍ୟକ୍ରମ ରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ଦାସ , ଅତିରିକ୍ତ ମତ୍ସ୍ୟ ଅଧିକାରୀ ଅଶୋକ ଇନ୍ଦୁର , ଚିଲିକା ମତ୍ସ୍ୟଜୀବୀ କେନ୍ଦ୍ର ସମବାୟ ସମିତି ର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ବେହେରା , ଜରିପଡା ପଞ୍ଚାୟତ ସରପଞ୍ଚ ଦୀପୁନା କୁମାରୀ ସାହୁ , କଳକଳେଶ୍ୱର ପଞ୍ଚାୟତ ସରପଞ୍ଚ ଜୋତ୍ସ୍ନାରାଣୀ ଜେନା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ମତ୍ସ୍ୟଜୀବୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସରକାରଙ୍କ ବିଭିନ୍ନ ଯୋଜନା ଓ ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ କାଳୁପଡାଘାଟ ସ୍ଥିତ ଚିଲିକା ଉପକୂଳ ର ସମସ୍ତ ମତ୍ସ୍ୟଜୀବୀ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here