ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅଲାଇଡିହ ପଦ୍ମଚରଣ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଜିତ ବୋଷଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ପତି, ଶରତ ଚନ୍ଦ୍ର ପଲେଇ, ବିଜୟ କୁମାର ମହାନ୍ତି, ସଞ୍ଜୀବ କୁମାର ପାଟଶାଣି, ଜୟନ୍ତ କୁମାର ବଳିଆରସିଂହ, ମିନାକ୍ଷୀ ନନ୍ଦ ପ୍ରମୁଖ ଶିକ୍ଷକ ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶିକ୍ଷକ ଶ୍ରୀ ବୋଷ ଙ୍କର ବିଦ୍ୟାଳୟରେ ଶିକ୍ଷକତା ସମୟର ସ୍ମୃତି ଚାରଣ କରି ସମସ୍ତ ସହକର୍ମୀ ଶିକ୍ଷକ ମାନେ ବେଶ୍ ଭାବ ପ୍ରବଣ ହୋଇ ପଡିଥିବାର ଜଣା ପଡ଼ୁଥିଲା । ଏହି ବିଦାୟ କାଳୀନ ସମାରୋହରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ର ଛାତ୍ରୀ ମାନେ ଯୋଗଦେବା ସହିତ ବର୍ତ୍ତମାନର ସବୁ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ପୁରାତନ ଶିକ୍ଷକଙ୍କୁ ଶିକ୍ଷକତା ଜୀବନରୁ ବିଦାୟ ସମ୍ବର୍ଦ୍ଧନା ଜଣାଇବା ସମୟର ଦୃଶ୍ୟ ସତରେ ପରିବେଶକୁ ବହୁଳ ଭାବରେ ଭାବ ପ୍ରବଣତାରେ ଭରି ଦେଇଥିଲା ।
ବାଣପୁର ଅଲାଇଡିହ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା !!!

