କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ୨୧୭ ତମ ପୂଣ୍ୟ ତିଥିରେ ବରୀ ସ୍ଥିତ “ବିଦଗ୍ଧା” ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ଅବସରରେ ଅନୁଷ୍ଠିତ ହୋଇଥିବା ସମ୍ୱର୍ଦ୍ଧନା ପର୍ବରେ ଅଗ୍ରଣୀ ସାମାଜିକ ସଙ୍ଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ , କଟକ ଶାଖା ଉପଦେଷ୍ଟା ତଥା ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ରକ୍ତଦାତା ଇଂ.ବିମଳ ଚଂଦ୍ର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉତ୍ସବରେ ପଦ୍ମଶ୍ରୀ ବାବା ବଳିଆଙ୍କ କୃପାପାତ୍ର ଶିଷ୍ୟ ତଥା ଆନ୍ତର୍ଜାତୀୟ ଗୀତା ମିଶନ ସଭାପତି ଡ.ସ୍ବାମୀ ଚିଦାନନ୍ଦ ବ୍ରହ୍ମଚାରୀ, ପ୍ରଫେସର ବବୃବାହାନ ମହାପାତ୍ର, ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ, ସାହିତ୍ୟିକ ଶରତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ସାମାଜିକ କର୍ମୀ ବିମଲ ୪୩ ବର୍ଷ ବୟସରେ ୫୯ ଥର ରକ୍ତଦାନ କରିଛନ୍ତି ! ଏପରିକି ତାଙ୍କ ଜନ୍ମ ଦିନ ଓ ବିବାହ ବାର୍ଷିକରେ ରକ୍ତଦାନ ଶିବିର କଟକ ରେଡକ୍ରସ ଏବଂ ବିଭିନ୍ନ ସ୍ଥାନରେ ଆୟୋଜନ କରି ପାଳନ କରନ୍ତି । ଉଲ୍ଲେଖନୀୟ କୃତିତ୍ବ ପାଇଁ ସେ ଜାତୀୟ ସ୍ତରୀୟ ଉପାଧି ମଧ୍ୟ ଲାଭ କରିଛନ୍ତି ।
ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ଇଂ.ବିମଳ ଚନ୍ଦ୍ର ସମ୍ବର୍ଦ୍ଧିତ !!!

