ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ଚଳିତ ବର୍ଷ ମାର୍ଚ୍ଚ 18 ତାରିଖ ରେ 5t ସଚିବ ଭି କେ ପାଣ୍ଡିଆନ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଅଞ୍ଚଳ କୁ ଯାଇ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରି ସେଗୁଡିକ କିପରି ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ସେ ବିଷୟରେ ଜିଲ୍ଲାପାଳ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ କହିଥିଲେ ! ସେହି ଉନ୍ନୟନ କାର୍ଯ୍ୟ ଗୁଡିକ ମଧ୍ୟରୁ ଭଣ୍ଡାରୀଗୁଡା ପଂଚାୟତ ଅଧୀନରେ ଥିବା ଐତିହାସିକ ପୋଡାଗଡ଼ ରେ ଥିବା ଭୈରବ ମନ୍ଦିର ର ଉନ୍ନତିକରଣ ସହ ସେଠାରେ ଏକ ପର୍ଯ୍ୟଟକ ସ୍ଥଳୀ ନିର୍ମାଣ କରି ସ୍ଥାନୀୟ ଲୋକଙ୍କ ରୋଜଗାର ଉପରେ ଧ୍ୟାନ ଦେବା ବିଷୟରେ ଜିଲ୍ଲାପାଳ କମଳ ଲୋଚନ ମିଶ୍ର କହିଥିଲେ ! ଏହି ଉନ୍ନତିକରଣ ପାଇଁ 2 କୋଟି 96 ଲକ୍ଷ ଟଙ୍କା ଅନୁଦାନରାଶି ରାଜ୍ୟ ସରକାର ଦେଇଥିବା ଆଲୋଚନା ବୈଠକ ରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ! ଏହି ବୈଠକ ରେ ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଯୋଗ ଦେଇଥିବା ବେଳେ ପିଡି ଅନନ୍ୟା ଦାସ, ପୂର୍ତ୍ତ ବିଭାଗର ଏକଜୁଟିଭ ଇଞ୍ଜିନିଅର ପ୍ରଫୁଲ୍ଲ ମିଶ୍ରଙ୍କ ସହ ଅନ୍ୟ କର୍ମଚାରୀ, ଉମରକୋଟ ବିଡ଼ିଓ ହିମାଚଳ ମାଝୀ, ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ, ମନ୍ଦିର କମିଟି ଉପଦେଷ୍ଟା କୈଳାସ ଚନ୍ଦ୍ର ବେହେରା, ଦଶରୁ ନାୟକ, ଜିତୁ କଲାର, ଜଳଧର ମାଝୀ, ଦେବିସିଂ ମାଝୀ, କୃଷ୍ଣ ପୂଜାରୀ, ଦେବ ଭତରା, ସଭାପତି ଉଦ୍ଧବ ଚରଣ ନାୟକ, ଉପସଭାପତି ଜଗଦୀଶ ନାୟକ, ସାଧାରଣ ସମ୍ପାଦକ ପୁରୁଷତ୍ତମ ଭତରା, ସହ ସମ୍ପାଦକ ତୁଳସୀରାମ ଭତରା, କୋଷାଧକ୍ଷ ରତିରାମ ଭତରା ପ୍ରମୁଖ ଉପସ୍ଥିତ ଥିଲେ !
ମନ୍ଦିର ର ସର୍ବାଙ୍ଗୀନ ଉନ୍ନତିକରଣ ଓ ପର୍ଯ୍ୟଟକ ସ୍ଥଳୀ ପାଇଁ ଆଲୋଚନା !!!

