ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଗତକାଲି କୌଣସି ସୁତ୍ରରୁ ଖବର ପାଇ ରାଜ ସୁନାଖଳା ନିକଟରେ ଚଢ଼ଉ କରି ଏକ ସ୍କର୍ପିଓ ଗାଡ଼ି ସହ ୭୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ । ସେମାନଙ୍କ ଠାରୁ ନଗଦ ୨୦ ହଜାର ୧୦ ଟଙ୍କା ମିଳିଥିବା ବେଳେ ୮ ଟି ମୋବାଇଲ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଗାଡ଼ିର ଡ୍ରାଇଭର ଇକବାଲ ଖାଁ, ଉତମ ରାଇ ଦାସ, ଏସ.କେ. ସାହା ଆଲାମ, ଏସ. କେ ଅବଦୁଲ ରହିମ ଓ ପ୍ରସନ୍ନ ଜିତ ଦାସଙ୍କୁ ଗିରଫ କରାଯିବା ସହ WB 30 AE 4437 ନମ୍ବର ବିଶିଷ୍ଟ ସ୍କର୍ପିଓ ଗାଡିକୁ ଜବତ କରାଯାଇଛି ବୋଲି ନୟାଗଡ଼ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଏହି ଅଭିଯୁକ୍ତ ମାନେ ପଶ୍ଚିମବଙ୍ଗରୁ ବ୍ରାଉନ ସୁଗାର ଆଣି ଓଡିଶାର ବିଭିନ୍ନ ଜିଲ୍ଲାରେ ଯୋଗାଇ କନ୍ଧମାଳରୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣାପଡ଼ିଛି ।
ନିଶା ମାଫିଆଙ୍କୁ ମାଡି ବସିଲା ଅବକାରୀ ବିଭାଗ !!!

