ସାଇ ଶୁଭମ ଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର : ୫୧ ୟୁନିଟ୍‌ ରକ୍ତ ସଂଗ୍ରହ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଆଜି କାଲି ର ଯୁବ ପିଢ଼ି ନିଜର ଜନ୍ମଦିନକୁ ଆଧୁନିକ ଚାକଚକ୍ୟ ରେ ଆଡମ୍ୱର ପୂର୍ଣ୍ଣ ଭାବେ ପାଳନ କରୁଥିବା ବେଳେ , ସାଇ ଶୁଭମ୍ ଏଇ ସବୁ ର ଉର୍ଦ୍ଧ୍ବ ରେ ରହି ଆଗାମୀ ଭବିଷ୍ୟତ, ପରିବେଶ କୁ ଦୃଷ୍ଟି ରଖି ନିଜ ଜନ୍ମଦିନରେ ସାଥୀ ମାନ ଙ୍କ ସହ ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ସାଇ ସିଦ୍ଧି ଫାଉଣ୍ଡେସନ ଏବଂ ‘ଜୀବନବିନ୍ଦୁ’ ଆନୁକୂଲ୍ୟରେ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା !

ନୟାଗଡ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇଟାମାଟି ର ଯୁବ ସମାଜସେବି ସାଇ ଶୁଭମ ଙ୍କ ଜନ୍ମଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଉଦ୍ଘାଟନ କରିଥିଲେ ! ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ରହି ଯୁବବର୍ଗଙ୍କ ଏଭଳି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ ବିଧାୟକ ଅରୁଣ ସାହୁ । ସମାଜସେବୀ ଦାମ ସାର, ନୟାଗଡ଼ ମୁନିସିପାଲିଟି ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଏବଂ ଜିଲ୍ଲା ଛାତ୍ର ବିଜେଡି ସଭାପତି ନୀଳମାଧଵ ପଣ୍ଡା, ଯୁବ ବିଜେଡି ସଭାପତି ଯୁଧିଷ୍ଠିର ବେହେରା ଏବଂ ଭାଗିରଥି ବାଇ, ଅଜିତ କୁମାର ସାହୁ ଆଦି ଉପସ୍ଥିତ ଥିଲେ । ରକ୍ତଦାନ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି ଯୁବ ସମାଜ ସେବୀ ସାଇ ଶୁଭମ । କୋଭିଡ ସମୟରେ ମଧ୍ୟ ସାଇଶୁଭମ ରକ୍ତଦାନ ଶିବିର ର ଆୟୋଜନ କରାଇଥିଲେ l ଦୀର୍ଘ ପାଞ୍ଚ ବର୍ଷ ହେବ ସେ ନିଜର ଜନ୍ମଦିନରେ ରକ୍ତଦାନ ଶିବିରର କରି ଆସୁଛନ୍ତି l ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୫୧ ୟୁନିଟ୍‌ ରକ୍ତସଂଗ୍ରହ ହୋଇଥିଲା । ଏହି କାର୍ଯକ୍ରମ ରେ ,ଶୁଭଙ୍କର ପ୍ରଧାନ, ଦେବାଶିଷ ସାହୁ, ଅଶ୍ୱିନୀ ସେଠି, ଚିନ୍ମୟ ବେହେରା ଏବଂ ରାହୁଲ ମନ୍ଥନ, ବିଶ୍ୱଜିତ ପତି, ରଞ୍ଜିତ କୁମାର ସାହୁ ଆଦି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *