ବନ୍ୟା ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡ଼ା ବ୍ଲକ ଅନ୍ତର୍ଗତ ବିଲିପଡ଼ା ପଂଚାୟତର ବିଲିମନ୍ତ୍ରୀ ସାହି ଗ୍ରାମରେ ବନ୍ୟା ପ୍ରଭାବିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବିସ୍କୁଟ ଓ ପାଣି ବଣ୍ଟନ କରାଯାଇଥିଲା । ଗ୍ରାମର ମୁରବୀ ଲୋକମାନଙ୍କ ସହାୟତାରେ 150 ପ୍ୟାକେଟ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ବାଙ୍କୀ ବାଁଆରା ଅଂଚଳର ଯୁବ ସମାଜସେବୀ ଶୁଭ୍ରମ ବାରିକ, କପିଳ ମହାନ୍ତି, ସୁଶାନ୍ତ କୁମାର ସାମନ୍ତ ପ୍ରମୁଖ ନିଜସ୍ୱ ଉଦ୍ୟମରେ ଏହି ରିଲିଫ ବିତରଣ କାର୍ଯ୍ୟକ୍ରମ କରି ଅନ୍ୟ ଯୁବ ପିଢ଼ିଙ୍କ ପାଇଁ ଆଦର୍ଶ ସାଜିଛନ୍ତି | ବନ୍ୟା ସମୟରେ ଏପରି ସାମାଜିକ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବି ପ୍ରଶଂସା କରିଛନ୍ତି |

Leave a Reply

Your email address will not be published. Required fields are marked *