ଆନ୍ଦୋଳନରତ ରାଜ୍ୟ ଯୋଗଣ ସହାୟକ ସଂଘର କର୍ମଚାରୀଙ୍କୁ ସମର୍ଥନ ଜଣାଇଲେ ଆପ ର କର୍ମକର୍ତ୍ତା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ୧୧ ଦଫା ଦାବିକୁ ନେଇ ଲୋୱର୍ ପିଏମଜିରେ ଆନ୍ଦୋଳନରତ ରାଜ୍ୟ ଯୋଗଣ ସହାୟକ ସଂଘର କର୍ମଚାରୀଙ୍କୁ ସମର୍ଥନ ଜଣାଇବା ପାଇଁ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସମର୍ଥନ ଜଣାଇଲେ ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର । ଦୀର୍ଘ ବର୍ଷ ଧରି ମାସିକ ୮ ହଜାର ଟଙ୍କା ଦରମାରେ କାମ କରୁଥିବା ଯୋଗାଣ ସହାୟକ କର୍ମଚାରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲା ବେଳେ ରାଜ୍ୟ ସରକାର ଏଥିନେଇ ସହୃଦୟତା ପ୍ରକଟ କରୁ ନଥିବାରୁ ଶ୍ରୀ ମହାପାତ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଆଗାମୀ ଦିନରେ ସମସ୍ତ ୧୧ ଦଫା ଦାବି ପୂରଣ ହେବାଯାଏ ଆମ୍ ଆଦମୀ ପାର୍ଟି ଦୃଢ଼ ଭାବେ କର୍ମଚାରୀ ସଂଘର କର୍ମଚାରୀଙ୍କ ଆନ୍ଦୋଳନକୁ ସହଯୋଗ କରିବ ବୋଲି ନିର୍ଭର ପ୍ରତିଶୃତି ଦେବା ସହ ଯଥାଶୀଘ୍ର କର୍ମଚାରୀ ମାନଙ୍କର ସମସ୍ତ ଦାବୀ ପୂରଣ କରିବା ପାଇଁ ସରକାରଙ୍କୁ ନିବେଦନ କରିଥିଲେ ।

 

Leave a Reply

Your email address will not be published. Required fields are marked *