ଅବସର କାଳୀନ ସମ୍ବର୍ଦ୍ଧନା ସଭା !!!

Spread the love

ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କାଳିଚରଣ ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର ମହା ବିଦ୍ୟାଳୟରେ ସଭା ଗୃହଠାରେ ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ରଙ୍କନିଧି ବଳିଆରସିଂହ ଏବଂ ବିଜ୍ଞାନଗାର ସହାୟକ ଶ୍ରୀଯୁକ୍ତ ଅଶୋକ କୁମାର ରାଉତ ମହୋଦୟଙ୍କର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ତଥା ପାଞ୍ଚଗଡର ବରପୁତ୍ର ଶ୍ରୀଯୁକ୍ତ କାଳିଚରଣ ଜୟସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ସୁନିଲ କୁମାର ଜେନା, ମୁଖ୍ୟବକ୍ତା ଭାବେ ଅନୁଷ୍ଠାନର ପ୍ରାକ୍ତନ ଅଧ୍ୟାପକ ତଥା ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବି ପୁରୁଷୋତ୍ତମ ଚୁଳି, ସମ୍ମାନିତ ଅତିଥି ଭାବେ ଶିକ୍ଷକ ମହାସଂଘର ସଭାପତି ଗୋଲକ ନାୟକ, ସତାଉଦ୍ଦିନ ଅହମ୍ମଦ, ଗାନ୍ଧୀ କୁମାର ସାହୁ, ଡଃ ଗଗନ ବେଉରା,ତପନ କୁମାର ଜେନା, ପଦ୍ମନାଭ ଖଟେଇ, ଅନୁଷ୍ଠାନର ପୂର୍ବତନ ସମ୍ପାଦିକା ଶ୍ରୀମତୀ କୁମୁଦିନୀ ଜୟସିଂହ ଏବଂ ମହାବିଦ୍ୟାଳୟର ଅଧକ୍ଷ ପ୍ରଦୀପ କୁମାର ରାଉତ(+୨), ରମେଶ ଚନ୍ଦ୍ର ସାମନ୍ତରାୟ (+୩) ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ବଳିଆରସିଂହ ଏବଂ ରାଉତଙ୍କର ଅନୁଷ୍ଠାନ ପ୍ରତି ଆନୁଗତ୍ୟ ଏବଂ ଅନୁଷ୍ଠାନ ପ୍ରତି ଅବଦାନ ବିଷୟରେ ଆଲୋକପାତ କରିଵା ସହିତ ଉଭୟଙ୍କର ଅବସରର କାଳୀନ ଜୀବନ ନିରାମୟ ଓ ସୁଖମୟ ହେଵା ପାଇଁ ଇଶ୍ଵରଙ୍କ ପାଖରେ ପ୍ରାର୍ଥନା କରିଥିଲେ । ତତସହିତ ଅତିଥି ପରିଚୟ ଇତିହାସ ବିଭାଗର ଅଧ୍ୟାପକ ଶୈଳନ୍ଦ୍ର କୁମାର ସାହୁ କରିଥିବା ବେଳେ ପରିଶେଷରେ ଧନ୍ୟବାଦ +3 ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମନ୍ତରାୟ ପ୍ରଦାନ କରିଥିଲେ । ଉକ୍ତ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଵାରୁ କାଳିଚରଣ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ଅନେକ ଧନ୍ୟବାଦ କରିଥିଲେ ।

Leave a Reply

Your email address will not be published. Required fields are marked *