ବାଣପୁରରେ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ବାଣପୁର ପୋଲିସ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତ ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟ କର ଘଟଣା ଦେଖିବାକୁ ମିଳିଥିଲା । ବାଣପୁର ତହସିଲ ରୋଡ ର ଏକ ରାସ୍ତା ପାର୍ଶ୍ଵରେ ପଡ଼ୁଥିବା ଏକ ଅଳିଆ ଗଦାରୁ ଜଣେ ଅଚିହ୍ନା ମହିଳାଙ୍କ କ୍ଷତ ବିକ୍ଷତ ଶବ କୁ ବାଣପୁର ପୋଲିସ ଉଦ୍ଧାର କରିଥିଲା । ଅଚିହ୍ନା ମହିଳା ଜଣଙ୍କୁ କେହି ହତ୍ୟା କରିଥିବାର ପୋଲିସ ସନ୍ଧେହ କରୁଥିଲା । ଆଜି ଅପରାହ୍ନ ସମୟରେ ବାଣପୁର ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ହତ୍ୟାକାଣ୍ଡ ଘଟଣାର ପର୍ଦାଫାଶ କରିଛି । ଖବର ମୁତାବକ ଗତ ୧୨ ତାରିଖ ବୁଧବାର ଦିନ ବାଣପୁର ତହସିଲ ରୋଡ ଗାଲୁଆ ଛକ ନିକଟରେ ଏକ ରାସ୍ତା ପାର୍ଶ୍ଵରେ ପଡ଼ୁଥିବା ଏକ ଅଳିଆ ଗଦା ରୁ ଜଣେ ଅଚିହ୍ନା ମହିଳାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶବ ପଡ଼ି ଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ବାଣପୁର ପୋଲିସ କୁ ଖବର ଦେଇଥିଲେ । ଅଚିହ୍ନା ମୃତ ମହିଳାଙ୍କ ବେକ ଓ ଶରୀରର ବିଭିନ୍ନ ଜାଗାରେ ରେ ଗଭୀର କ୍ଷତ ଥିବାରୁ ତାଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବାର ସନ୍ଦେହ ହେଉଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳ ପାଖ ଏକ ଦୋକାନର ଲାଗିଥିବା ସିସି ଟିଭି ଯାଞ୍ଚ କରିଥିଲା ପୋଲିସ ! ସିସି ଟିଭିରୁ ସ୍ପଷ୍ଟ ଜଣା ପଡୁଥିଲା ସେହିଦିନ ରାତ୍ର ୧ : ୨୦ ମିନିଟ ସମୟରେ କେହିଜଣେ ଦୁର୍ବୁତ୍ତ ଖଣ୍ଡା ସାହାଯ୍ୟରେ ଅଳିଆ ଗଦାରେ ବସି ଖାଦ୍ୟ ଖାଉଥିବା ସମୟରେ ଅଚିହ୍ନା ବିକାରଗ୍ରସ୍ତ ମହିଳାଙ୍କୁ ଛ ଥର ଚୋଟ ପକାଇ ହାଣି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା l ଦୁଇଦିନ ପୁର୍ବରୁ ଘଟଣାରେ ବ୍ୟବହୁତ ହୋଇଥିବା ଅସ୍ତ୍ର କୁ ପୋଲିସ ଜବତ କରିଥିଲା । ଘଟଣାର ତଦନ୍ତ ପୋଲିସ ଜୋରସୋର ଜାରି ରଖିଥିବା ବେଳେ ହତ୍ୟା କରି ଫେରାର ହୋଇ ଯାଇଥିବା ହତ୍ୟାକାରିକୁ ଗିରଫ କରିବାରେ ସଫଳ ହୋଇଛି ବାଣପୁର ପୋଲିସ । ଗିରଫ ହତ୍ୟାକାରୀ ଜଣଙ୍କ ହେଲେ ବାଣପୁର ବଡ଼ ହନ୍ତୁଆଡ ହରିଜନ ସାହିର ଚୈତନ୍ୟ ନାୟକ ଓରୋଫ ରବି (୩୦) । ବାଣପୁର ଥାନା ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବାଣପୁର ପୋଲିସ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି l ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା, ବାଲୁଗାଁ ଥାନା ଅଧିକାରି ଜୟପ୍ରକାଶ ପରିଡା ଓ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଏସପି କିଶୋର ଚନ୍ଦ୍ର ମୁଣ୍ଡ ଉପସ୍ଥିତ ରହି ସମସ୍ତ ତଥ୍ୟ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *