ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଳାପଥର ଓ ଏହାର ଆଖପାଖ ଅଞ୍ଚଳବାସୀ ଙ୍କୁ ନୟାନ୍ତ କଲାଣି ବାଲି ବୋଝେଇ ହାଇୱା ! ବୈଦେଶ୍ଵର ମହାନଦୀ ଘାଟରୁ ବାଲି ବୋଝେଇ କରି ଦିନ ରାତି ଚାଲୁଛନ୍ତି ଶହ ଶହ ଗାଡି ! ଘଟିଲାଣି ଅନେକ ଅଘଟଣ , କେତେବେଳେ ଗୁହପାଳିତ ପଶୁ ତ ଆଉ କେତେବେଳେ ମଣିଷ ! ଚାଲିଗଲାଣି ଅନେକ ଜୀବନ ! ହେଲେ ଚେତୁନି ପ୍ରଶାସନ , ଓଲଟା ବାଲି ଗାଡି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ପରେ ଆନ୍ଦୋଳନ କରିଥିବା ସାମାଜିକ କର୍ମୀଙ୍କ ନାମରେ ବେଗୁନିଆ ପୁଲିସ ରୁଜୁ କରିଛି ମାମଲା ! ପରିସ୍ଥିତି ଅଣାୟତ୍ତ ହେବାରୁ ଏକାଠି ହେଲେ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀ ! ସକାଳ ୬ ରୁ ରାତି ୯ ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ବନ୍ଦ ପାଇଁ ବାଙ୍କୀ ପ୍ରଶାସନ ଏବଂ କଟକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ !


