ମୃତ୍ୟୁ ଦୂତ ସାଜିଛି ୧୬ ନମ୍ବର ଜାତୀୟ ରାଜପଥ ର ନାଚୁଣୀ କଉଡ଼ି ଖଣି ଛକ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କେବେ କାମ ସରିବ ୧୬ ନମ୍ବର ଜାତୀୟ ରାଜପଥ ରେ ଥିବା ନାଚୁଣୀ କଉଡ଼ି ଖଣି ଛକ ରାସ୍ତା ? କେବେ ହେବ ଅଣ୍ଡର ବାଇପାସ କିମ୍ବା ଓଭର ବ୍ରିଜ ? ଯେଉଁଥି ପାଇଁ ବାରମ୍ବାର ହୋଇ ଚାଲିଛି ଦୁର୍ଘଟଣା ପରେ ଦୁର୍ଘଟଣା, ଏଠା କାର ପାଞ୍ଚଟି ପଞ୍ଚାୟତ ଲୋକଙ୍କ ଭିତରେ ଯିବା ଆସିବା ପାଇଁ ଭୟ କରନ୍ତି ଲୋକେ l ଇଏ ହେଉଛି ଖୋର୍ଦ୍ଧା ଜିଲ୍ଲା ସୁନାଖଳା ନୂତନ ପୋଲିସ ଥାନା ନିକଟସ୍ଥ କଉଡ଼ି ଖଣି ୧୬ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣ ଜନ୍ତା, ବର୍ତମାନ ଦୁଇ ଦୁଇଟି ପୃଥକ ଭାବରେ ଗୋଟିଏ ସର୍କଲ ପାଖରେ ଦୁର୍ଘଟଣା ଘଟି ଗୋଟିଏ କଣ୍ଟେନର ପଲଟି ଯାଇ ଥିବାର ନଜରକୁ ଆସିଥବା ବେଳେ ଅନ୍ୟ ଟ୍ରକ ଟି ମାତ୍ର କୋଡିଏ ମିଟର ଦୂରତା ରେ ବାଡେଇବା ଫଳରେ ଡ୍ରାଇଭର ଓ ହେଲ୍ପର ଆହତ ହୋଇଥିବା ଯାହା ସୂଚନା ମିଲିଛି l ଅଧା ପନ୍ତରିଆ ଅବସ୍ଥାରେ ଆଉ କେତେଦିନ ପଡ଼ିବ ଏହି ରାସ୍ତା ? ଆଉ କେତେଦିନ ଏହି ଭଳି ଅନେକ ଦୁର୍ଘଟଣା । ଏହାକୁ ସ୍ଥାନୀୟ ଲୋକେ ଘୋର ବିରୋଧ କରିବା ସହିତ ତୁରନ୍ତ ଏହି ଜାତୀୟ ରାଜପଥ ମରାମତି କରାଯାଉ ବୋଲି ସ୍ଥାନୀୟ ଲୋକେ ଗଣମାଧ୍ୟମ ଦ୍ଵାରା ପ୍ରଶାସନ କୁ ଦାବି କରୁଛନ୍ତି ।

Leave a Reply

Your email address will not be published. Required fields are marked *