କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଡେରାବିଶ ବାଜିପଡା ଠାରେ ଏକ କୋଇଲା ବୋଝେଇ ଟ୍ରେନ୍ ରେ ନିଆଁ ଲାଗି ଯାଇଥିଲା l ଟ୍ରେନ୍ ବଗି ରୁ ଧୂଆଁ ବାହାରୁଥିବା ଦେଖି ଲୋକେ ଖବର ଦେବା ପରେ ପାରାଦୀପ ରୁ ଆସୁଥିବା ଏହି ଟ୍ରେନ୍ ଟିକୁ ବାଜିପଡା ଷ୍ଟେସନରେ ଅଟକାଇ ଦିଆଯାଇଥିଲା l ତେବେ ଟ୍ରେନ୍ ର ଦୁଇଟି ବଗି ରୁ ଧୂଆଁ ବାହାରୁଥିଲା l ଷ୍ଟେସନ ମାଷ୍ଟର ତୁରନ୍ତ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ l ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବାପରେ ଡେରାବିଶ ଅଗ୍ନିଶମ ବିଭାଗ କର୍ମଚାରୀ ପାଣି ମାରି ନିଆଁ କୁ ଆୟତ୍ତ କରିଥିଲେ l କୋଇଲା ଭର୍ତ୍ତି ଏହି ଟ୍ରେନ୍ ରେ ନିଆଁ ଲାଗିବା ଦ୍ଵାରା ମାଲବାହୀ ଟ୍ରେନ୍ ପ୍ରଭାବିତ ହୋଇ ନଥିବା ବାଜିପଡା ଷ୍ଟେସନ ମାଷ୍ଟର ସୁକାନ୍ତ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି l


