ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ର ଭେଟେଶ୍ୱର ଗ୍ରାମ ପଞ୍ଚାୟତ ଠାରେ ପି ଏଲ୍ ଏଚ ଆଇ ଭି, ଥାଲାସିମିଆ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଏବଂ ଅନ୍ୟାନ୍ୟ ଆପତକାଳିନ ଉଦ୍ଦେଶ୍ୟ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି, ଭୁବନେଶ୍ୱର ର ସହଯୋଗୀ ଏନ୍.ଜି.ଓ ଏବଂ କଳିଙ୍ଗ ନେଟୱର୍କ ଫର୍ ପିପୁଲ୍ ଲିଭିଙ୍ଗ ୱିଥ ଏଚ୍. ଆଇ.ଭି ର ଲିଙ୍କ୍ ୱର୍କର ସ୍କିମ ପ୍ରକଳ୍ପ , ଖୋର୍ଦ୍ଧା ତରଫ ରୁ ଆୟୋଜନ କରାଯାଇଥିଲା । ରକ୍ତଦାନ ଶିବିରରେ କଳିଙ୍ଗ ନେଟୱର୍କ ଫର୍ ପିପୁଲ୍ ଲିଭିଙ୍ଗ ୱିଥ ଏଚ୍. ଆଇ.ଭି ପ୍ରକଳ୍ପ ର ସମସ୍ତ ମହିଳା ଓ ପୁରୁଷ କର୍ମଚାରୀ ରକ୍ତଦାନ କରିବା ସହିତ ଭେଟେଶ୍ଵର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସାବିତ୍ରୀ ଭୋଳ ଓ ଆୟତପୁର ସରପଞ୍ଚ ଶ୍ରୀମତୀ ନର୍ମଦା ପ୍ରଧାନ ଆଦି ରକ୍ତ ଦାନ କରିଥିଲେ ! ଗ୍ରାମର ଯୁବକ ସଂଘ ସଦସ୍ୟ ମଧ୍ୟ ରକ୍ତ ଦାନ କରିଥିଲେ । ଶିବିର ରେ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ର ସହଯୋଗୀ ନିର୍ଦ୍ଦେଶକ ଇଂ. ଅଜୟ କୁମାର ପାତ୍ର ରକ୍ତ ଦାତା ମାନଙ୍କୁ ସ୍ଵାଗତ ଓ ଧନ୍ୟବାଦ ଜଣାଇବା ସହିତ ଏଡ୍ସ ସମ୍ବନ୍ଧରେ ସଚେତନ କରାଇଥିଲେ ! ଜାତୀୟ ନିଃଶୁକ୍ଳ ଟେଲିଫୋନ ନମ୍ବର – ୧୦୯୭ କୁ ଫୋନ୍ କରି ଏଚ୍. ଆଇ.ଭି/ ଏଡ୍ସ ସମ୍ବନ୍ଧ ରେ ସମସ୍ତ ତଥ୍ୟ ଜାଣିବା ପାଇଁ ଅନୁରୋଧ କରିଥିଲେ । ଏହି ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରରେ ୭୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କେ.ଏନ୍.ପି ପ୍ଲସ୍ ର ସଭାପତି ଶ୍ରୀମତୀ ପ୍ରଭାସିନୀ ପ୍ରଧାନ ଲିଙ୍କ୍ ୱର୍କର ସ୍କିମ, ପ୍ରକଳ୍ପ ର , ଡି. ଆର୍. ପି. ଶଶିକାନ୍ତ ବରାଳ, ସୁପର ଭାଇଜର ସୁବ୍ରତ କୁମାର ସ୍ବାଇଁ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।
ବାଣପୁର ଭେଟେଶ୍ୱର ଗ୍ରାମ ପଞ୍ଚାୟତ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର : ୭୫ ୟୁନିଟ୍ ରକ୍ତ ସଂଗ୍ରହ !!!

