ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅଞ୍ଚଳରେ ରେଙ୍ଗାଲି ବାମପାର୍ଶ୍ଵ କେନାଲ ନିର୍ମାଣ ସମୟରେ ବହୁ ଚାଷିଙ୍କ ଚାଷ ଜମି ଦେଇ କେନାଲ ନିର୍ମାଣ ହୋଇଛି । କିନ୍ତୁ ସ୍ଥାନୀୟ ଅଞ୍ଚଳରେ ରେଙ୍ଗାଲି କେନାଲରେ ଜମି ହରାଇଥିବା ଚାଷୀ ମାନେ ସଠିକ୍ ମୂଲ୍ୟ ନ ପାଇ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ ଜଳ ସମ୍ପଦ ବିଭାଗ ଚାଷୀ ମାନଙ୍କ ସଠିକ ପାଉଣା ତୁରନ୍ତ ଦେବା କଥା । କିନ୍ତୁ ରେଙ୍ଗାଲି କର୍ତ୍ତୃପକ୍ଷ ଚାଷୀ ମାନଙ୍କୁ ସଠିକ୍ ପାଉଣା ନ ଦେବାରୁ ଏହାକୁ ବିରୋଧ କରି ସୁକିନ୍ଦା ଅଞ୍ଚଳରେ ଜମିହରା ଚାଷି ମାନେ ସୁକିନ୍ଦା ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିବା ଦେଖିବାକୁ ମିଳିଛି ।
ସୁକିନ୍ଦା ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ଘେରିଲେ ଚାଷୀ !!!

