ଡମପଡା ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଯୁବସଂବାଦ@୨୦୪୭କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରାଳୟ କଟକସ୍ଥିତ ନେହେରୁ ଯୁବ କେନ୍ଦ୍ର ସଂଗଠନ ଓ ବାଙ୍କୀ ଚକାପଦାସ୍ଥ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦର ମିଳିତ ଆନୁକୂଲ୍ୟରେ ଡମପଡା ଆଂଚଳିକ ମହାବିଦ୍ୟାଳୟର ସଭାଗୃହରେ ମହା ଆଡମ୍ବରରେ ସତସ୍ତରୀତମ ପବିତ୍ର ସ୍ବାଧିନତା ଦିବସ ଓ ଯୁବ ସମ୍ବାଦ ଭାରତ @ ୧୯୪୭ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ତଥା ଆଂଚଳିକ ହରିଜନ ଆଦିବାସୀ ପରିଷଦର ପ୍ରତିଷ୍ଠାତା କେଶବ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ସାଧାରଣ ସଭାରେ ମୂଖ୍ୟ ଅତିଥି ଭାବେ ଅଦୈତ ଫାଉଣ୍ତେସନର ମହାସଚିବ ଯୁବ ସମାଜସେବୀ ନଳିନୀ କୁମାର ରାୟ, ସମ୍ମାନିତ ଅତିଥି ଭାବେ ସି.ଆର.ପି.ଏଫ୍ ର ବରିଷ୍ଠ ଅଧିକାରୀ କୁମୁଦିନି ସାହୁ, ମୁଖ୍ୟବକ୍ତା ଭାବେ ଡମପଡା ଆଂଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ସଚିଦାନନ୍ଦ ସାମଲ, ସମ୍ମାନୀତ ଅତିଥି ଭାବେ ବାଂକୀ କେନ୍ଦ୍ର ଜୋନର ଜିଲା ପରିଷଦ ସଭ୍ୟା ମିନତୀ ମହାପାତ୍ର, ଡମପଡା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତରଂଜନ ରଣା, ନେହେରୁ ଯୁବ କେନ୍ଦ୍ର ସଂଗଠନର ଉପ ନିର୍ଦ୍ଦେଶକ ଅଶୋକ କୁମାର ଦାସ ଯୋଗଦେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଯୁବସମାଜର ପରିବାର ଏବଂ ସମାଜ ପ୍ରତି ନିଜର କର୍ତ୍ତବ୍ୟବୋଧ ଓ ଦାୟିତ୍ବ ସଂପର୍କରେ ବହୁ ଉଦାହରଣ ମାଧ୍ୟମରେ ସଚେତନତା ବକ୍ତବ୍ୟ ରଖିଥିଲେ । ୨୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କୁ ନେଇ ଆୟୋଜିତ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ କଳାକାର ସୋନମ ନାୟକ, ତେଜସ୍ବୀନୀ ଲେଙ୍କା, ଅଭିଲିପ୍ସା ସାମଲଙ୍କ ଦ୍ବାରା ନୃତ୍ୟ ଓ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାଙ୍କୀ ଉପଖଣ୍ତର ଦୁଇଜଣ ବରିଷ୍ଠ ଅବସରପ୍ରାପ୍ତ ସେନା ଅଧିକାରୀ ଦେବରାଜ ରାଉତ, ଭୀମସେନ ରାଉତ ଓ ସ୍ବାଧୀନତା ସଂଗ୍ରାମୀ ତଥା ବାଙ୍କୀ ଗାନ୍ଧୀ ଗୋଲଖ ମହାରଣାଙ୍କ ଅବଦାନକୁ ସମ୍ମାନ ଜଣାଇ ତାଙ୍କର ନାତି ରବି ନାରାୟଣ ମହାରଣାଙ୍କୁ ମାନପତ୍ର ସହିତ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସଂବର୍ଦ୍ଧନା କରାଯାଇଥିଲା । ଆଦର୍ଶ ଯୁବ ପରିଷଦର ଆବାହାକ ଅକ୍ଷୟ କୁମାର ସାମଲ ସଭା ପ୍ରାରଂଭରେ ଅତିଥି ମାନଂକର ପରିଚୟ ଦେବା ସହିତ ଅନୁଷ୍ଠାନର ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଅବସରପ୍ରାପ୍ତ ବରିଷ୍ଠ ରେଳବିଭାଗ ଅଧିକାରୀ ବିପିନ କୁମାର ରାଉତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ , ଅଭିଭାବକ ଏବଂ ଅତିଥି ମାନଙ୍କୁ ଗୀତାର ଓଡିଆ ଓ ଇଂରାଜୀ ଅନୁବାଦ ବହି ବଣ୍ଟନ କରିଥିଲେ । ଯୁବସମାଜ କିପରି ନୈତିକତା ଓ ଆଧ୍ୟାତ୍ମିକ ଶିକ୍ଷାକୁ ଦୁରେଇ ବିପଥଗାମୀ ହେଉଛି । ତାହା ଉପରେ ସଂକ୍ଷିପ୍ତ ଆଲୋଚନା ମାଧ୍ୟମରେ ଯୁବସମାଜକୁ ଶପଥ ମାଧ୍ୟମରେ ସଚେତନ କରାଇଥିଲେ । ଯୁବ ପ୍ରଶିକ୍ଷକ ଲଲାତେନ୍ଦୁ ପଣ୍ତା ଓ ଯୁବ ସାଂବାଦିକ ତଥା ସମାଜସେବୀ ସୁବ୍ରତ କୁମାର ନାୟକଂକୁ ନେହୁର ଯୁବ କେନ୍ଦ୍ର ସଂଗଠନ ତରଫରୁ ଉପ ନିର୍ଦ୍ଦେଶକ ଅଶୋକ କୁମାର ଦାସ ଉତ୍ତରୀୟ ଓ ପୁଷ୍ପଗଚ୍ଛ ଦେଇ ସଂବର୍ଦ୍ଧିତ କରିଥିଲେ । କବି ବଂଶିଧର ମହାପାତ୍ର, ଯୁବ ସମାଜସେବୀ ପ୍ରଦୀପ କୁମାର ଜେନା , ସଖିଚାନ୍ଦ ମହାପାତ୍ର, ରବୀନ୍ଦ୍ର ବେଉରା, ପରିଷଦର ସଭାପତି ନିରଂଜନ ପଣ୍ତା , ବିଜୟ କୁମାର ପାଣି, ରୋହିତ ବେହେରା ପ୍ରମୂଖ ସମସ୍ତ କାର୍ଯ୍ୟକ୍ରମକୁ ସଫଳତାର ସହ ସମାପନ କରିବାରେ ସହଯୋଗ କରିଥିଲେ । ଶେଷରେ କବି ଲଲାତେନ୍ଦୁ ପଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *