ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ଦେଓଗାଁଁ ସରପଞ୍ଚ ରେଣୁବାଳା ଛାଟୋଇ ଙ୍କୁ ପଞ୍ଚାୟତ ଅଫିସ ରେ ଘେରିଲେ ଶତାଧିକ ମହିଳା ! ପାଞ୍ଚ ମାସର ଖାଉଟି ସାମଗ୍ରୀ ଗଲା କୁଆଡେ ବୋଲି ପ୍ରଶ୍ନ କଲେ ଓଡଗାଁ ବାସି ! ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ରେ ଦେଖାଦେଇଛି ଏକ ଲଜ୍ୟା ଜନକ ଘଟଣା . ଗରିବ ଜନସାଧାରଣ ଙ୍କର ପାଞ୍ଚ ମାସର ଖାଉଟି ସାମଗ୍ରୀ ହଡପ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି ସରପଞ୍ଚ ରେଣୁବାଳା ଛାଟୋଇ ଓ ପଂଚାୟତ ନିର୍ବାହୀ ଅଧିକାରୀ ! ମାସ ମାସ ଧରି ଅଭିଯୋଗ କଲେବି ଶୁଣୁନାହାନ୍ତି କେହି ! ଏଭଳି ଅଭିଯୋଗ ଆଣିଛନ୍ତି ଦେଓଗାଁ ପଞ୍ଚାୟତ ଓଡଗାଁର ଗ୍ରାମବାସୀ ! ସରକାର ଗରିବ ଜନ ସାଧାରଣ ମାନଙ୍କୁ ଖାଦ୍ୟ ଯୋଗାଇ ଦେବା ନିମନ୍ତେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ମୁଣ୍ଡ ପିଛା ୫କେଜି ଚାଉଳ ଦେଉଥିବା ବେଳେ ଆଉ କେତେ ଗରିବ ପରିବାର କୁ ଅନ୍ତଦ୍ବୟ ଯୋଜନାରେ ୩୫ କେଜି ଚାଉଳ ଯୋଗାଇ ଦେଉଛନ୍ତି ! ନିରୀହ ଜନ ସାଧାରଣ ଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କ ଟିପ ଚିହ୍ନକୁ ଉକ୍ତ ସରପଞ୍ଚ ଙ୍କ ସ୍ୱାମୀ ଶରତ ଛାଟୋଇ କମ୍ପ୍ୟୁଟର ମାଧ୍ୟମରେ ହାତେଇ ନେବା ସହ ମାସ ମାସ ଧରି ଚାଉଳ ନ ଦେଇ ଭକୁଆ ବନାଉଥିବା ନେଇ ଅଭିଯୋଗ ହେଉଛି । ଏପରି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦେଓଗାଁ ଗ୍ରାମପଞ୍ଚାୟତ ଓଡଗାଁ ରେ ! ଏହାକୁ ନେଇ ଦେଓଗାଁ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟାଳୟ କୁ ଘେରିଛନ୍ତି ଓଡଗାଁ ର ଶତାଧିକ ମହିଳା ଓ ପୁରୁଷ । ନିଜର ହକ ମାଗୁଛନ୍ତି ମହିଳା ମାନେ ! ଦୀର୍ଘ ଦିନ ଧରି ବାକି ରହିଥିବା ୫ ମାସ ର ଚାଉଳ କୁଆଡେ ଗଲା । କାହିଁକି ଓଡଗାଁ ଗ୍ରାମବାସିଙ୍କୁ ମିଳିପାରିନାହିଁ ତାଙ୍କର ଖାଉଟି ସାମଗ୍ରୀ , ଏନେଇ ଉଠିଛି ବଡ ପ୍ରଶ୍ନ ! ଏପରିକି ସକାଳ ୧୦ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଡି ବସିଛନ୍ତି ନିରୀହ ଗରିବ ଲୋକମାନେ ! ତେବେ ରିପୋଟ ଲେଖା ହେବା ବେଳକୁ କେହିବି ପ୍ରଶାସନିକ ଅଧିକାରୀ ଆସିନାହାନ୍ତି ଉକ୍ତ ଘଟଣା ସ୍ଥଳକୁ ! ଏପରି ସ୍ଥଳେ ଏହି ପଞ୍ଚାୟତରେ ଅନେକ ଥର ଏହି ପରି ଘଟଣା ଘଟି ଥିଲେବି ଏବଂ ଜନସାଧାରଣ ବିଡ଼ିଓ ଶ୍ରୀମତୀ ଶୀତଳ ଅଗ୍ରୱାଲ ଙ୍କୁ ଅଭିଯୋଗ କରିଛନ୍ତି ! କିନ୍ତୁ ସେହି ଗୋଟିଏ ଉତ୍ତର ଖୁବଶୀଘ୍ର ତଦନ୍ତ କରାଯିବ ! ତେବେ ଏଠାରେ ପ୍ରଶ୍ନ ଉଠେ କେବେ ଜନସାଧାରଣ ନ୍ୟାୟ ପାଇବେ ନା କାହାକୁ ବଞ୍ଚାଇବା ପାଇଁ ଜନ ସାଧାରଣ ଏଠି ହଇରାଣ ହେବେ ।
ପାଞ୍ଚ ମାସର ଖାଉଟି ସାମଗ୍ରୀ ଗଲା କୁଆଡେ ବୋଲି ପ୍ରଶ୍ନ କଲେ ଓଡଗାଁ ବାସି !!!

