ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅଗ୍ରଣୀ ଡିଜିଟାଲ ମିଡ଼ିଆ ସଂଯୋଗ ଟୁଡେ ପକ୍ଷରୁ ୨ ୟ ବାର୍ଷିକ ଉତ୍ସବ ତଥା ସଂଯୋଗ ଉତ୍କର୍ଷ ସମ୍ମାନ ୨୦୨୩ ଭୁବନେଶ୍ଵର ଜୟଦେବ ଭବନ ରେ ଅନୁଷ୍ଠିତ ହୋଇଯାଇଛି ! ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣମାଧ୍ୟମ ଦୁନିଆରେ ସାମାଜିକ ଗଣମାଧ୍ୟମ ଭୂମିକା ଓ ସଂଯୋଗ ଟୁଡେ ର କାର୍ଯ୍ୟଶୈଳୀ ଉପରେ ଆଲୋଚନା ରଖିଥିଲେ । ଡ଼ଃ ଅର୍ଜୁନ ମହାରଣା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ରେ ସଭାପତିତ୍ବ କରିଥିଲା ବେଳେ , ଭୁବନେଶ୍ଵର ମଧ୍ୟ ନିର୍ବାଚନ ମଣ୍ଡଳୀ ବିଜେପି ନେତା ଜଗନ୍ନାଥ ପ୍ରଧାନ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ବର୍ତମାନ ର ସାମାଜିକ ଗଣମାଧ୍ୟମ ଯୋଗୁଁ ସାଧାରଣ ଲୋକ ଭିଭିନ୍ନ କ୍ଷେତ୍ରରେ ଉପକୃତ ହୋଇ ପାରୁଥିବା ନେଇ ଆଲୋଚନା ରଖିଥିଲେ । କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଇଁ ଅକ୍ଷୟ ବେହେରା , ସମାଜସେବୀ ସନ୍ତୋଷ କୁମାର ନାଥ , ବାରଙ୍ଗ ବ୍ଲକ ମିଶନ ଶକ୍ତି ଅଧ୍ୟକ୍ଷା ସୁମିନା ପ୍ରଧାନ , ବିଏମସି ଶିକ୍ଷା କମିଟି ଅଧ୍ୟକ୍ଷ ମିହିର କୁମାର ରାଉତ , ସମାଜସେବୀ ପ୍ରସନ୍ନ ସାହୁ , ବାରଙ୍ଗ ବିକାଶ ମଞ୍ଚ ର ଅଧ୍ୟକ୍ଷ ବସନ୍ତ ମହାପାତ୍ର , ଅଭିମନ୍ୟୁ ବେହେରା ଆଦି ଯୋଗଦେଇ ସମାଜିକ ଗଣମାଧ୍ୟମ ବର୍ତମାନ ଯୁଗର ସର୍ବଶ୍ରେଷ୍ଠ ମାଧ୍ୟମ ପାଲଟିଥିବା ନେଇ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ସାମାଜିକ ସଙ୍ଗଠନ , ରାଜନୈତିକ ବ୍ୟକ୍ତିବିଶେଷ , ସମାଜସେବୀ , ଶିକ୍ଷାବିତ , ବୁଦ୍ଧିଜୀବି , ଛାତ୍ର ଛାତ୍ରୀ ମାନଙ୍କୁ ସଂଯୋଗ ଉତ୍କର୍ଷ ସମ୍ମାନ ୨୦୨୩ ରେ ସମ୍ମାନିତ କରାଯାଇଥିଲା ! କାର୍ଯ୍ୟକ୍ରମ କୁ ଚନ୍ଦକା ମହାବିଦ୍ୟାଳୟ ର କ୍ରୀଡା ପ୍ରଧ୍ୟାପକ ସୁରେଶ ମହାନ୍ତି ଓ ସଂଯୋଗ ଟୁଡେ ପରିବାର ର ସଦସ୍ୟ ସଦସ୍ୟା ପରିଚାଳନା କରିଥିବା ବେଳେ ପ୍ରତିଷ୍ଠାତା ସୁଧିର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ !

