ଦଧି ବାମନଜୀଉ ମନ୍ଦିର ରେ ଝୁଲଣ ଯାତ୍ରା ଅବସରରେ ଗୀତିନାଟ୍ୟ ଅନୁଷ୍ଠିତ !!!

0
199

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଶ୍ରୀ ଦଧିବାମନଜିଉ ଙ୍କ ମନ୍ଦିର ରେ ରିତିନୀତି ଅନୁସାରେ ଝୁଲଣ ଯାତ୍ରା ପୂଜା ଅର୍ଚ୍ଚନା କରାଯାଇଛି । ଦଧିବାମନ ଜିଉ ମନ୍ଦିର ରେ କାହିଁ ଆବାହନ କାଳରୁ ଗହ୍ମାଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଶ୍ରୀମନ୍ଦିରରେ ଛଅ ଦିନ ପଯ୍ୟନ୍ତ ଅନୁଷ୍ଠିତ ହେଉଥିଲେ ମଧ୍ୟ ଦଧିବାମନଜୀଉ ମନ୍ଦିର ପାଞ୍ଚଦିନ ପଯ୍ୟନ୍ତ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଝୁଲଣା ଯାତ୍ରା ରେ ପ୍ରଭୁ ଶ୍ରୀଶ୍ରୀ ମଦନମୋହନ ଜଗତଜନନୀ ମା ଲକ୍ଷ୍ମୀ ଝୁଲଣରେ ବିଜେ କରିଥାଆନ୍ତି । ଏହି ଝୁଲଣ ଯାତ୍ରା ପାଇଁ ପ୍ରଭୁ ଙ୍କ ନିକଟରେ ଦୀର୍ଘ ୨୫ ବର୍ଷ ହେବ ଗୀତିନାଟ୍ୟ ଅନୁଷ୍ଠିତ ହୋଇଆସୁଛି। ଗାଁ ର କୁନିକୁନି ପିଲାମାନଙ୍କୁ ଦୀର୍ଘ ଦୁଇମାସ ଆଗରୁ ଗୀତିନାଟ୍ୟ ନିମନ୍ତେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥାଏ। ଦଧିବାମନ ମନ୍ଦିର ପକ୍ଷରୁ ଗୀତିନାଟ୍ୟ ଲୋପ ପାଇବାକୁ ବସିଥିବା ବେଳେ ଏ ଗୀତିନାଟ୍ୟ ବଞ୍ଚାଇ ରଖିବା ନିଆରା ପ୍ରୟାସ। ଚଳିତ ଝୁଲଣ ଯାତ୍ରା ରେ ଗଣକବି ବୈଷ୍ଣବ ପାଣିଙ୍କ ରଚିତ ଲକ୍ଷ୍ମୀ ନୃସିଂହ ବିବାହ,ପ୍ରଭାଶ ଯଜ୍ଞ ଗୀତିନାଟ୍ୟ ଦୁଇ ଦିନଧରି ଗାଁ ର ଛୋଟଛୋଟ ପିଲାମାନେ ପରିବେଷଣ କରିଥିଲେ । ପ୍ରଭୁଙ୍କ ଝୁଲଣ ଯାତ୍ରା ଗୀତିନାଟ୍ୟ ଦେଖିବାକୁ ନିମନ୍ତେ ପ୍ରବଳ ଜନସମାଗମ ହୋଇଥିଲା । ପୂର୍ଣ୍ଣଚନ୍ଦ୍ର ଦାସ ଗୀତିନାଟ୍ୟ ନିର୍ଦେଶନା ଦେଇଥିଲେ । ପରିଚ୍ଛା ସେବାୟତ ସୁବାସ ଚନ୍ଦ୍ର ମିଶ୍ର, ମନ୍ଦିର ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର କୁମାର ଖୁଣ୍ଟିଆ ସତେତ ଗାଁ ସମସ୍ତ ଜନସାଧାରଣ ମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here