ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବଡ଼ ଆନନ୍ଦର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଶିଶୁ ପ୍ରାରମ୍ଭ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ କୁନି କୁନି ଭାଇଭଉଣୀ ମାନେ ରାଧା, କୃଷ୍ଣ, ବଳରାମ ତଥା ବସୁଦେବ ବେଶ ହୋଇ ସ୍ଥାନୀୟ ବଡ଼ ବ୍ରାହ୍ମଣ ସାହି ସ୍ଥିତ ଶ୍ରୀ ରାଧାବଲ୍ଲଭ ମଠରୁ ଏକ ବିରାଟ ସୋଭା ଯାତ୍ରାରେ ବାହାରି ନଗର ପରିକ୍ରମା କରି ବିଦ୍ୟାଳୟରେ ପହଞ୍ଚିଥିଲେ । ଉକ୍ତ ଶୋଭାଯାତ୍ରାରେ ବିଦ୍ୟାଳୟର ପ୍ରାୟ ୧୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ.ଅନ୍ନପୂର୍ଣ୍ଣା ଦେବୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଦେବୀ ମଠର ମହନ୍ତ ପୂଜ୍ୟଶ୍ରୀ ରାମାନନ୍ଦ ଦାଶ ମହାରାଜ , ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା ସୁଷମା ଦାଶ, ମାତୃଭାରତୀର ସଭାପତି ସରିତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟବିଚିତ୍ରା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ମୂରଲୀ ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମହା ସମାରୋହରେ ଜନ୍ମାଷ୍ଟମୀ ପାଳିତ !!!

