ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ପୁରୁଣା ସହର ସ୍ଥିତ ପୁରୁଣା ରାଜବାଟିଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଦେବା ସହ ଭାରତୀୟ ଜନତା ପାର୍ଟି ( କୃଷକ ମୋର୍ଚ୍ଚା )ର ନବନିଯୁକ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜେପି କୃଷକ ମୋର୍ଚ୍ଚା ଶ୍ରୀଯୁକ୍ତ କୃପାସିନ୍ଧୁ ଗୌଡ଼ ଓ ନବନିଯୁକ୍ତ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଶ୍ରୀନିବାସ ପ୍ରଧାନଙ୍କୁ ଶୁଭେଚ୍ଛା ଜଣେଇବା ସହ ସମ୍ବର୍ଦ୍ଧିତ କରିଥିଲେ । ଏହି ନିଯୁକ୍ତି ନିମନ୍ତେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତିଙ୍କୁ ଧନ୍ୟବାଦ ଦେବା ସହ ନୟାଗଡ଼ ବିଜେପି ଆହୁରି ଅଧିକ ସଂଗଠିତ ହେବ ବୋଲି ଆଶା ଓ ବିଶ୍ୱାସ ରଖିଛନ୍ତି ବୋଲି ରାଣୀ ମା ପ୍ରତ୍ୟୁଷା ସିଂ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ । ଏକ ଭୟମୁକ୍ତ ତଥା ଭ୍ରଷ୍ଟାଚାର ମୁକ୍ତ ନୟାଗଡ଼ ନୟାଗଡ଼ ଗଠନରେ ସାମ୍ବାଦିକ ମାନଙ୍କ ଭୂମିକା ଅତ୍ୟନ୍ତ ଆବଶ୍ୟକ , ଏଣୁ ଆପଣମାନେ ନୟାଗଡ଼ର ଅବ୍ୟବସ୍ଥା ଓ ଦୁର୍ନିତୀ ବିରୁଦ୍ଧରେ ଏ ସଂଗ୍ରାମରେ ସାଥ ଦିଅନ୍ତୁ ବୋଲି ରାଣୀ ମା ପ୍ରତ୍ୟୁଷା ସିଂ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କହିଥିଲେ । ଏହା ସହ ଏଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଘଡୁଆଳ ଗ୍ରାମପଞ୍ଚାୟତର 10 ରୁ ଉର୍ଦ୍ଧ କର୍ମୀ ବିଜୁ ଜନତା ଦଳ ତ୍ୟାଗ କରି ରାଣୀ ମା ପ୍ରତ୍ୟୁଷା ରାଜେଶ୍ଵରୀ ସିଂଙ୍କ ନେତୃତ୍ଵ ଉପରେ ଆସ୍ଥା ରଖି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ରାଣୀ ମା’ ନୂତନ ଭାବେ ଯୋଗ ଦେଇଥିବା ସମସ୍ତ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧେଇ ଦଳରେ ସ୍ଵାଗତ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ବରିଷ୍ଠ ନେତା ନସିର ଅହମ୍ମଦ, କୃଷକ ନେତା ସନ୍ତୋଷ ପ୍ରଧାନ, ରଜନୀକାନ୍ତ ନନ୍ଦ, ସୌମ୍ୟରଂଜନ ପ୍ରଧାନ, ସନ୍ତୋଷ ରାଉତରାୟ ଓ ଅନ୍ୟାନ୍ୟ ବିଜେପି ନେତୃବୃନ୍ଦ ଯୋଗ ଦେଇଥିଲେ।

