ପାରଳାଖେମୁଣ୍ଡି ଉପ କାରାଗାରର କର୍ମଚାରୀଙ୍କ କଳା ବ୍ୟାଜ ପରିଧାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉପ କାରାଗାରର କର୍ମଚାରୀ ମାନେ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ସୂଚନା ଯେ ଉପ କାରାଗାର କର୍ମଚାରୀ ମାନେ 13 ତାରିଖ ଠାରୁ 24 ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ ପରିଧାନ କରି କାର୍ଯ୍ୟରତ ରହିବେ ।ସେହି ସମୟ ମଧ୍ୟରେ 5 ଦଫା ଦାବି ପୂରଣ ନହେଲେ 25 ତାରିଖ ଠାରୁ ଉପ କାରାଗାର ସମ୍ମୁଖରେ କଳା ବ୍ୟାଜ ପରିଧାନ କରିବା ସହ ସମସ୍ତ କର୍ମଚାରୀ ଖାଦ୍ୟ ଗ୍ରହଣ ନ କରି ଶାନ୍ତି ଶୃଙ୍ଖଳା ଭାବେ କର୍ତ୍ତବ୍ୟ ସମ୍ପାଦନ କରି ଦାବି ପୂରଣ ହେବା ପର୍ଯ୍ୟନ୍ତ କାରାଗାର କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ସଙ୍ଘ ସଭାପତି ଜୀ ରମେଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜୀ ରମେଶ, ରଞ୍ଜନ କୁମାର ମହାନ୍ତି, ସନ୍ତୋଷ କୁମାର ସେଠୀ, କେ ରମେଶ ରେଡ୍ଡି, ବାଉରୀ ବନ୍ଧୁ ସେଠୀ, ଏସ ନାଗରାଜୁ, ଏନ ଚିରଞ୍ଜିବି, ମିନାକ୍ଷୀ ରେଡ୍ଡୀ, ଗୀତାଞ୍ଜଳି ବେହେରା ପ୍ରମୁଖ କଳାବ୍ୟାଜ ପରିଧାନ କରି କାର୍ଯ୍ୟରତ ଥିବା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *