CITU ନେତୃତ୍ଵରେ ଆଶାକର୍ମୀଙ୍କ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : CITU ନେତୃତ୍ଵରେ ଓଡ଼ିଶା ଆଶାକର୍ମୀ ଆସୋସିଏସନ୍ ଆହ୍ଵାନରେ ଆଜି 23 ଦଫା ଦାବୀ ନେଇ ସହ ସହ ଆଶାକର୍ମୀ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସିନ୍ଦୁରିଆ ଛକରୁ ଶତାଧିକ ଆଶାକର୍ମୀ ଙ୍କ ଏକ ଲାଲ ଝଣ୍ଡା ର ଶୋଭାଯାତ୍ରା ବାହାରି ନୟାଗଡ ବଜାର ପରିକ୍ରମା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ସଭାପତି ସାଥୀ ଚାପଧାରି ରାଉତ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ବକ୍ତା ମାନେ କେନ୍ଦ୍ର ମୋଦୀ ସରକାର ଓ ରାଜ୍ୟ ନବୀନ ସରକାରଙ୍କ ଶ୍ରମିକ ବିରୋଧି ନିତୀ କୁ ତିବ୍ର ସମାଲୋଚନା କରିଥିଲେ । ଆଶାକର୍ମୀ ମାନେ କେରଳ ଓ ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟରେ 10 ହଜାରରୁ 18 ହଜାର ଟଙ୍କା ମାସିକ ପାଉଥିଲା ବେଳେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଙ୍କ ରାଜ୍ୟରେ ମାତ୍ର ମାସିକ 3500 ଟଙ୍କାରେ ସିମିତ ରହିଛି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ ।ଦୀର୍ଘ 17 ବର୍ଷ ହେଲା ଆଶା କର୍ମୀ ମାନେ ନିଜକୁ ଜନତାଙ୍କ ସେବାରେ ବିନିଯୋଗ କରିଥିଲା ବେଳେ ସରକାର ଆଶା କର୍ମୀଙ୍କୁ ଏଯାବତ ନିୟମିତ କଲେ ନାହିଁ କି ସର୍ବନିମ୍ନ ଦରମା ମଧ୍ୟ ଦେଲେ ନାହିଁ । ଫଳରେ ଆଶା କର୍ମୀ ମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି ବୋଲି ବକ୍ତା ମାନେ ଉଦବେଗ ପ୍ରକାଶ କରିଥିଲେ । ଉଭୟ ସରକାର ତୁରନ୍ତ ଆଶାକର୍ମୀଙ୍କ ଦୁଃଖ ଲାଘବ କରିବା ସହ ଚାକିରୀର ସ୍ଥାୟୀକରଣ, ମାସିକ 26 ହଜାର ଟଙ୍କା ଦରମା, ମାସିକ 10 ହଜାର ଟଙ୍କା ପେନସନ, ମୃତ୍ୟୁ କାଳୀନ ଓ ଅବସର କାଳୀନ ସହାୟତା 8 ଳକ୍ଷ ଟଙ୍କା ଓ ସାମାଜିକ ସୁରକ୍ଷା ଆଦି ତୁରନ୍ତ ଯୋଗାଇ ଦେବାକୁ ବକ୍ତା ମାନେ ଦାବୀ କରିଥିଲେ । ମାସର ପ୍ରତି 10 ତାରିଖ ମଧ୍ୟରେ ପ୍ରୋତ୍ସାହନ ରାଶି ଓ ତାର ସବିଶେଷ ତଥ୍ୟ ଆଶାକର୍ମୀଙ୍କୁ ପ୍ରଦାନ କରିବା ଓ ପୁର୍ବରୁ ବହିଷ୍କୃତ ନୋତ୍ତର ଗ୍ରାମର ନ୍ୟାୟାଳୟ ଦ୍ଵାରା ନିର୍ଦ୍ଦୋଷ ହୋଇଥିବା ଆଶାକର୍ମୀ ଭାନୁମତୀ ନାୟକଙ୍କୁ ପୁନର୍ବାର ନିଯୁକ୍ତି ସହ ସମସ୍ତ ବକେୟା ପାଉଣା ତୁରନ୍ତ ଆଶା କର୍ମୀଙ୍କୁ ଦେବା ପାଇଁ ଦୃଢ ଦାବୀ କରିଥିଲେ । ସରକାର ଦାବୀ ପୁରଣ କରିବାରେ ବିଳମ୍ବ କଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଙ୍ଗଠନ ତରଫରୁ ଚେତାବନୀ ଦିଆ ଯାଇଛି । ପରିଶେଷରେ ଏକ ପ୍ରତିନିଧି ମଣ୍ଡଳୀ ଏଡ଼ିଏମଓ ଶୁଭ୍ରାଂଶୁ ଷଡ଼ଙ୍ଗୀ ଙ୍କୁ ଭେଟି 23 ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିବାରେ ଶ୍ରୀ ଷଡ଼ଙ୍ଗୀ ଆନ୍ଦୋଳନକାରୀ ମାନଙ୍କୁ ସମସ୍ତ ଅଧିକାରୀଙ୍କ ଉପସ୍ଥିତ ରେ ଦାବୀ ଗୁଡିକ ଉପରେ ଆଲୋଚନା କରା ଯାଇ ସମସ୍ୟା ଗୁଡ଼ିକର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ଆସନ୍ତା ସେପ୍ଟେମ୍ବର 25 ତାରିଖରେ ବିଧାନସଭା ଅଭିଯାନକୁ ସଫଳ କରିବା ପାଇଁ ସଙ୍ଗଠନ ତରଫରୁ ଆହ୍ୱାନ ଦିଆଯାଇଛି । ଏହି ବିକ୍ଷୋଭ ସମାବେଶରେ ସଙ୍ଗଠନର ରାଜ୍ୟ ଉପ ସଭାପତି ତଥା CITU ର ରାଜ୍ୟ ସଂପାଦକ ସୁରେଶ ସ୍ବାଇଁ, ଜିଲ୍ଲା ସମ୍ପାଦିକା ନଳିନୀ ଦାସ, ରାଜ୍ୟ ନେତ୍ରୀ ସଞ୍ଜୁକ୍ତା ସେଠୀ,କାଳନ୍ଦୀ ନାୟକ,ରୁପ ମଞ୍ଜରୀ ସାହୁ,ପ୍ରତିଭା ବେହେରା,ସରୋଜିନି ସାହୁ,ସରୋଜିନି ତ୍ରିପାଠୀ,ସ୍ମୃତି ରେଖା ସେନାପତି,ପାଞ୍ଚାଳୀ ସାହୁ,ମନୋଜ ନାୟକ,ସୁଭଶ୍ରୀ ପଟ୍ଟନାୟକ ମୀନା ବାରିକ ପ୍ରମ୍ମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *