ଯୋରନ୍ଦାରେ ବିଶ୍ୱପ୍ରସିଦ୍ଧ ମହିମାମେଳା ଅନୁଷ୍ଠିତ

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ବିଶ୍ୱପ୍ରସିଦ୍ଧ ଜୋରନ୍ଦା ମେଳାର ଅଗ୍ନିଉତ୍ସବ ପାଳିତ ହୋଇଯାଇଛି । ଢେଙ୍କାନାଳ ସହର ର ଜୋରନ୍ଦା ଗ୍ରାମ ପଞ୍ଚାୟତ ବିଶ୍ୱପ୍ରସିଦ୍ଧ ମହିମା ଧର୍ମ ପାଇଁ ପ୍ରସିଦ୍ଧ । କେବଳ ଭାରତ ରେ ନୁହେଁ ସମଗ୍ର ବିଶ୍ୱରେ ଜୋରନ୍ଦା ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଜୋରନ୍ଦା ରେ ପ୍ରତିବର୍ଷ ମାଘ ମାସ ପୂର୍ଣ୍ଣିମାରେ ମହିମାଧର୍ମୀ କୌପୁନି ଧାରୀ ସାଧୁ ସନ୍ୟାସୀ ମାନେ ମାଘ ମେଳା ପାଳନ କରିଥାନ୍ତି । ଏହି ମାଘ ମେଳା ୧୮୦୦ ମସିହାରୁ ଏଯାବତ ପାଳିତ ହୋଇଆସିଛି । ଏହିବର୍ଷ ମଧ୍ୟ ପୂର୍ବ ବର୍ଷ ମାନଙ୍କପାରି ମାଘମେଳା ପାଳିତ ହୋଇଯାଇଛି, କିନ୍ତୁ ପୂର୍ବ ବର୍ଷ ମାନଙ୍କ ତୁଳନାରେ ଏ ବର୍ଷ ମାଘମେଳା ନିରାଡ଼ମ୍ବର ଏବଂ ଭକ୍ତ ବିନା ପାଳିତ ହୋଇଯାଇଛି ।

ଜୋରନ୍ଦା ଗାଦିରେ ଥିବା ମହିମାଧର୍ମୀ ଙ୍କର ନୀତି ମନ୍ଦିର, ଶୂନ୍ୟମନ୍ଦିର, ଗାଦି ମନ୍ଦିର, ମାତା ମଠ, ଜ୍ୟୋତି ମନ୍ଦିର ତଥା ଏକୋଇସି ହାତିଆ ମନ୍ଦିର ମଧ୍ୟରେ ଭକ୍ତ ବିନା ସମସ୍ତ ନୀତି କ୍ରାନ୍ତି ଚାଲିବା ସହ ଗାଦି ମନ୍ଦିର ରେ ଝାଡ଼ ଜଳା ସଠିକ ସମୟରେ ହୋଇଯାଇଛି । ମହିମାଧର୍ମୀ ସାଧୁ ସନ୍ୟାସୀ ଏବଂ ଭକ୍ତ ମାନେ କରନା ଜନିତ କଟକଣା ହେତୁ କିଛି ମାତ୍ରାରେ ମନ ଭାଙ୍ଗି ଦେଇଥିଲେ ମଧ୍ୟ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ କୁ ସ୍ୱାଗତ କରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷାକୁ ଜୋରଦାର କଡାକଡି କରିବା ସହ ଶାନ୍ତି ବଜାୟ ରଖିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *