ଓଡ଼ିଶା ସରକାରଙ୍କ ପକ୍ଷରୁ ଵ୍ଲକ ସ୍ତରୀୟ କଳାକାର ତାଲିମ୍ ଶିବିର !!!

0
142

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୁକିନ୍ଦା ବ୍ଲକରେ ବ୍ଲକ ସ୍ତରୀୟ କଳାକାର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସମ୍ପର୍କରେ ପାଲା ଓ ନାଟ୍ୟ ରୂପାନ୍ତର ମାଧ୍ୟମରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ଲକ୍ଷରେ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତୁତି ଆରମ୍ଭ ହୋଇଛି । ସୁକିନ୍ଦା ବ୍ଲକ ସଭାଗୁହରେ ଦୁଇ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ୨୫ଟି ପଞ୍ଚାୟତର ୧୫୦ରୁ ଉର୍ଦ୍ଧ୍ବ ଲୋକକଳା ଦଳପତି ସାମିଲ ହୋଇଥିଲେ । ଵ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ମନୋରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ ଶିବିରରେ ସରକାରଙ୍କର ୧୦ଟି ମୁଖ୍ୟ ଯୋଜନା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଏହି ଯୋଜନା ମଧ୍ୟରେ ମଧୁସୂଦନ ଯୋଜନା, ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଯୋଜନା, ମହିଳା ସଶକ୍ତିକରଣ ଯୋଜନା, ସର୍ବଶିକ୍ଷା ଓ କ୍ରୀଡା ଯୋଜନା, ବିଜୁସ୍ୱାସ୍ଥ୍ୟ ଓ ମମତା ଯୋଜନା, ଫସଲ ଋଣ ଓ ବୀମା ଯୋଜନା ଭଳି ଅନେକ ସରକାରୀ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ତାଲିମ ପ୍ରଦାନ କରାଯାଇଛି । ଏହି ସବୁ ତାଲିମ ପାଇଁ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ବ୍ଲକ ଶିକ୍ଷାଧିକାରୀ ନାରାୟଣ ଦାଶ, ବ୍ଲକ ମିଶନ ଶକ୍ତି ସଂଯୋଜିକା ଅସୀମା ପ୍ରିୟଦର୍ଶିନୀ ପଣ୍ଡା, ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଵି.ପି.ଏମ ଶୁଭ୍ରାଜ୍ୟୋତି ସାମଲ ଏବଂ ପି.ଏଚ୍ ଇ ଓ ରଶ୍ମିପ୍ରଭା ଖଟୁଆ, ଶିଶୁ ଵିକାଶ ପ୍ରକଳ୍ପ ଅଧିକାରୀଣି ଵିଜୟଲକ୍ଷ୍ମୀ ମାରାଣ୍ଡି, ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ଶ୍ରୀଯୁକ୍ତ ମୋହନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଵ୍ଲକ କଳା ସଂସ୍କୃତି ସଂଘ ସମ୍ପାଦିକା ସ୍ମିତା ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here