ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ଘର ଘର କଂଗ୍ରେସ, ଘର ଘର ହାତ କାର୍ଯ୍ଯକ୍ରମ ର ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବି ରଣଜିତ୍ ଦାଶଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସେପ୍ଟେମ୍ବର ୨୫ ତାରିଖରୁ ଜିଲ୍ଲାର ପ୍ରତ୍ଯୋକ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ କଂଗ୍ରେସ କର୍ମୀମାନେ ଲୋକଙ୍କ ଦୁଆର ଦୁଆର ବୁଲି ପ୍ରଦେଶ କଂଗ୍ରେସ ଦ୍ୱାରା ଜାରି ହୋଇଥିବା ପ୍ରଚାର ପତ୍ର ବାଣ୍ଟିବା ସହିତ ସାଧାରଣ ଲୋକଙ୍କ ସମସ୍ୟା ଏବଂ ବିଜେଡି ନେତାମାନଙ୍କର ମିଛ ବାହାସ୍ପୋଟ ବିକାଶ ନାରା କୁ ତଦାରଖ କରିବେ। ସଂପ୍ରତି ନୟାଗଡ଼ ଜିଲ୍ଲାରେ ଜିଲ୍ଲାବାସୀଙ୍କୁ ବିଜୁଜନତା ଦଳର ୨୩ବର୍ଷ ଶାସନରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଟିକିଏ ଦେବା ପାଇଁ ଅସମର୍ଥ, ଏକମାତ୍ର କ୍ରୁଷି ଭିତ୍ତିକ ଚିନିକଳ କୁ ବୁଡେଇ ଦବା, ବ୍ରୁତ୍ତଙ୍ଗ ଜଳ ସେଚନ ଯୋଜନା କାର୍ଯ୍ଯକାରୀ କରିବାରେ ବିଫଳ ହେବା, ଜିଲ୍ଲାବାସୀଙ୍କ ସ୍ୱାଭାବିକ ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲାରେ ୨୮୯ ଡାକ୍ତର ପଦବୀ ପୂରଣ କରିବା ପାଇଁ ଆନ୍ତରିକତା ଅଭାବ, ଜିଲ୍ଲାର ହଜାର ହଜାର ଶିକ୍ଷକ ପଦବୀ ଖାଲି, ଯୁବକ ମାନଙ୍କୁ ରୋଜଗାର ନଦେଇପାରିବାରୁ ଆଜି ଜିଲ୍ଲାର ଶତକଡା ୭୦ଭାଗ ଯୁବକ ରୋଜଗାର ଅନ୍ୱେଷଣ ରେ ବାହାର ରାଜ୍ୟକୁ ଦାଦନ ଖଟାଇବା, ଏବଂ ବିଶେଷ କରି ଜିଲ୍ଲାବାସୀଙ୍କ ମୌଳିକ ସମସ୍ଯା ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୁଷି, ଜଳସେଚନ ସମସ୍ୟା ସମାଧାନ କରିବାରେ ବିଫଳ ହେବା ଏବଂ ଦରଦାମ ନିୟନ୍ତ୍ରଣ କରିବାରେ ବିଜେଡି-ବିଜେପି ସରକାରଙ୍କ ମାତ୍ରାଧିକ ଅପାରଗତା କୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ଘର ଘର ହାତ ଏବଂ ଘର ଘର କଂଗ୍ରେସ ର ମୂଳ ଲକ୍ଷ୍ଯ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ କହିଛନ୍ତି। ଏହି ପ୍ରସ୍ତୁତି ବୈଠକ କାର୍ଯ୍ଯକ୍ରମ ରେ ଜିଲ୍ଲା ପ୍ରଭାରୀ ତଥା ପିସିସି ଉପସଭାପତି ଶ୍ରୀ ବିଭୂତି ଭୂଷଣ ମିଶ୍ର, ଦଳର ବରିଷ୍ଠ ନେତା ଶ୍ରୀ ଅମିରଚାନ୍ଦ ନାୟକ, ହୁସେନ୍ ଖାଁ, କମଳ ଚନ୍ଦ୍ର ସାହୁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଯଶୋଦା କାଣ୍ଡି, ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶଙ୍କ ସମେତ ସମସ୍ତ ବ୍ଳକ ସଭାପତି, ଏବଂ ବିଭିନ୍ନ ଦଳୀୟ ଛାମୁଆ ସଂଗଠନର ଜିଲ୍ଲା ମୁଖ୍ଯ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଘର ଘର କଂଗ୍ରେସ ଘର ଘର ହାତ କାର୍ଯ୍ଯକ୍ରମ ରେ ପ୍ରତ୍ୟୋକ ବ୍ଳକ କଂଗ୍ରେସ ସଭାପତିଙ୍କ ନେତୃତ୍ବରେ କାର୍ଯ୍ୟକାରୀ ହେବାପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା। ଦଶପଲ୍ଲା ସଂରକ୍ଷିତ ନିର୍ବାଚନ ମଣ୍ଡଳା ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ କମିଟି ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଅଧ୍ଯକ୍ଷତାରେ ଗଠନ କରାଯାଇଥିଲା। ଜିଲ୍ଲାର ସମସ୍ତ ଛାମୁଆ ସଂଗଠନର ମୁଖ୍ୟମାନେ ଏହି କମିଟିରେ ସଦସ୍ୟ ରହିଛନ୍ତି ଏବଂ ଦଶପଲ୍ଲା ବ୍ଲକ ସଭାପତି ଏହି କମିଟିର ସଂଯୋଜକ ଅଛନ୍ତି।
ଘର ଘର କଂଗ୍ରେସ , ଘର ଘର ହାତ ପ୍ରସ୍ତୁତି ବୈଠକ !!!

