ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ସାଇବର ସଚେତନତା ଲୋଗୋ ଉନ୍ମୋଚିତ ହୋଇଯାଇଛି । ନୟାଗଡ଼ ଏସପି ରାହୁଲ ଜୈନ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ରାଜ୍ୟ ସରକାର ଙ୍କ ନିର୍ଦେଶ ରେ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଏସପି ସୂଚନା ଦେବା ସହ ଏହାର ଲୋଗୋ କୁ ଉନ୍ମୋଚନ କରାଯାଇଥିଲା । ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ତରରେ ସଚେତନତା ରଥ ଉଦଘାଟନ କରିବେ, ତେଣୁ ନୟାଗଡ଼ ଜିଲ୍ଲାରେ ଆସନ୍ତା ଅକ୍ଟୋବର ୨ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ରଥ ବୁଲିବା ସହ ସଚେତନତା ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ । ଏହି ରଥରେ ୨୨ ଗୋଟି ଭିଡିଓ ମାଧ୍ୟମରେ ସଚେତନ କରାଯିବା ନେଇ ଯୋଜନା ରହିଛି । ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ରେ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏହା ସହିତ ଶିଶୁ ନିର୍ଯାତନା ଉପରେ ମଧ୍ୟ ସ୍ୱତନ୍ତ୍ର ଭାବେ ସଚେତନ କରାଯିବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ, ଏନସିସି, ରେଡକ୍ରସ, ଛାତ୍ରଛାତ୍ରୀ ମାନେ ମଧ୍ୟ ସାମିଲ ହେବେ । ଏହି କାର୍ଯ୍ୟକ୍ରମ କୁ ଡ଼ିଏସପି ହେମନ୍ତ ରାଓ ସଂଯୋଜନା କରିଥିବା ବେଳେ ଡ଼ିଏସପି ସୁକାନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ନୟାଗଡ଼ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ସାଇବର ସଚେତନତା ଲୋଗୋ ଉନ୍ମୋଚିତ !!!

