” ଭାଗବତ ନରକୁ ନାରାୟଣ ସହ ଯୋଡ଼େ ” : ଶ୍ରୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ଭାଗବତ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡ଼ିଶା ପକ୍ଷରୁ କନ୍ଧମାଳ ଜିଲ୍ଲା ଶାଖା ଓ ବାଲିଗୁଡା ଖଣ୍ଡ ଆନୁକୂଲ୍ୟରେ ସ୍ଥାନୀୟ ଶିକ୍ଷା ନିକେତନ ପରିସରରେ ମହାପୁରୁଷ ଶ୍ରୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ଭାଗବତ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି | ଅଖିଳ ଭାରତୀୟ ସାହିତ୍ୟ ପରିଷଦ, କନ୍ଧମାଳର ଅଧ୍ୟକ୍ଷ ଡ଼ଃ ଚିତ୍ତ ରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ନାରାୟଣ ନାୟକ ଯୋଗଦେଇ ଭାଗବତ ସମାଜ ଓ ରାଷ୍ଟ୍ରର ଆତ୍ମା, ଏହା ନରକୁ ନାରାୟଣ ଙ୍କ ସହ ଯୋଡିବାର ପଥ ଦେଖାଇଛି ବୋଲି ଏ ମଣିଷ ସମାଜ ଯେତେବେଳ ଯାଏଁ ନ ବୁଝିଛି ସେତେବେଳ ଯାଏଁ ସାହିତ୍ୟ ତଥା ସମାଜର ବିକାଶ ହେବ ନାହିଁ ବୋଲି କହିଥିଲା ବେଳେ ବାଲିଗୁଡାର ଆଦିବାସୀ ମହା ବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପକ ଡ଼ଃ.ବିଭୁତି ଭୂଷଣ ଆଚାର୍ଯ୍ୟ ଭାଗବତ ଓ ଜଗନ୍ନାଥ ଦାସ ଉପରେ ଆଲୋଚନା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀର ସମ୍ପାଦକ ବନବିହାରୀ ନନ୍ଦ ଓ ଶିକ୍ଷା ନିକେତନ ବାଲିଗୁଡା ର ପ୍ରତିଷ୍ଠାତା ରାଜ କିଶୋର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲା ବେଳେ ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମ୍ମାନିତ ବକ୍ତା ଭାବେ ଭାବଗର୍ଭକ ଅଭିଭାଷଣ ଦେଇଥିଲେ | ପ୍ରାରମ୍ଭରେ କନ୍ଧମାଳ ଜିଲ୍ଲା ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ | ବାଲିଗୁଡା ଖଣ୍ଡ ସଂଯୋଜକ ତୀର୍ଥବାସୀ ଘଡାଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲା ବେଳେ ଶିକ୍ଷା ନିକେତନର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ | ଭାଗବତ ଓ ଜଗନ୍ନାଥ ଦାସ ଶୀର୍ଷକ ବକ୍ତୃତା ଓ ଗୀତା ଶ୍ଳୋକ ଆବୃତ୍ତି ପାଇଁ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ଭୋଜନ ବିରତି ପରେ କବି ବିଦେଶୀ ନାୟକଙ୍କ ସଭାପତିତ୍ୱରେ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ତୁମୁଡିବନ୍ଧର ବ୍ଲକ ସଂଯୋଜିକା ତଥା ଅଧ୍ୟାପିକା ସ୍ଵାଗତିକା ସାହୁ ଓ ସାହିତ୍ୟିକା ଦିପ୍ତିମୟୀ ରଥ କବିତା ଗୁଡିକ ସଂଯୋଜନା କରିଥିଲେ | ଏଥିରେ ଚାଳିଶିରୁ ଉର୍ଦ୍ଧ୍ୱ କବି ନିଜର କବିତା ଆବୃତ୍ତି କରିଥିଲେ | ମମତା ରାଣୀ ବସନ୍ତରାୟ, ବିଭୁତିଭୂଷଣ ମଲ୍ଲିକ, ସତ୍ୟନାରାୟଣ ତ୍ରିପାଠୀ, ପ୍ରହଲ୍ଲାଦ ପ୍ରସାଦ ଲେଙ୍କା, ସନ୍ତୋଷ କୁମାର ବିଷୋୟୀ, ରଜନୀକାନ୍ତ ବେହେରା,ଜ୍ୟୋତ୍ସ୍ନାରାଣୀ ବେହେରା, ମିହିର ପାଢ଼ୀ, ଅବନୀ କୁମାର ରଥ, ଅଧିକାରୀ ମହାନ୍ତି, କୁମୁଦିନୀ ମହାରଣା, ରବୀନ୍ଦ୍ର ନାଥ ରଥ, ମମତା ମହାରଣା, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ଦାସ, ପ୍ରଶାନ୍ତ କୁମାର ସାହୁ କୈଳାଶ ଚନ୍ଦ୍ର ବେହେରା ଚନ୍ଦ୍ରକାନ୍ତି ପାଣିଗ୍ରାହୀ, ଅନିତା ବଳିୟାର ସିଂ, ପୀତବାସ ନାୟକ, ସଚଳା ମିଶ୍ର ପ୍ରମୁଖ ସ୍ୱ ରଚିତ କବିତା ଆବୃତ୍ତି କରିଥିଲେ | ଜିଲ୍ଲା ସଂଯୋଜକ ଏ.ସନ୍ତୋଷ କୁମାର ପାତ୍ର, ସହ ସମ୍ପାଦକ ନିରଞ୍ଜନ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲା ବେଳେ ଉପ ସଭାପତି ପ୍ରସନ୍ନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *