କଲେଜ କ୍ୟାମ୍ପସ ଭିତରେ ଇନଷ୍ଟାଗ୍ରାମ ରିଲ୍ସ ରେ ମତୁଆଲା ଛାତ୍ର ଛାତ୍ରୀ : କଲେଜ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କେବେ ???

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କଲେଜ କ୍ୟାମ୍ପସ ଭିତରେ ଇନଷ୍ଟାଗ୍ରାମ ରିଲ୍ସ ରେ ମତୁଆଲା ବାଣପୁର – ବାଲୁଗାଁ କଲେଜ ଛାତ୍ର ଛାତ୍ରୀ ! କଲେଜ ପ୍ରଶାସନ ପକ୍ଷରୁ କାର୍ଯ୍ୟନୁଷ୍ଠାନ କେବେ ??? ! ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ, ବାଣପୁର ଅଞ୍ଚଳରେ ଦିନକୁ ଦିନ ଦେଖିବାକୁ ମିଳୁଛି କଲେଜ ଛାତ୍ର ଛାତ୍ରୀ ମାନଙ୍କର ସୋସିଆଲ୍ ମିଡିଆରେ ରିଲସ୍ ବା ସର୍ଟ ଭିଡିଓରେ ଅଭାବନୀୟ ଦୃଶ୍ୟ । ଛୋଟ ପିଲାଠାରୁ ବଡ଼ ପିଲା ଯାଏଁ ଦିନ ତମାମ କଲେଜ ରେ ଯାଇ ପାଠସାଠରେ ମନ ନ ଦେଇ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବାର ଦେଖିବାକୁ ମିଳୁଛି । କଲେଜ ଛାତ୍ର ଛାତ୍ରୀ ମାନେ ପପୁଲାର ହେବାପାଇଁ ଇନଷ୍ଟାଗ୍ରାମରେ ଭିଡିଓ କରୁଥିବାର ବାରମ୍ୱାର ଦେଖିବାକୁ ମିଳୁଥିବା ବେଳେ ଛାତ୍ର ଛାତ୍ରୀ ମାନେ କଲେଜ କୁ ପାଠ ପଢିବା ପାଇଁ ଯାଉଥିବା ବେଳେ କଲେଜ କ୍ୟାମ୍ପସ ଭିତରେ କିପରି ଭିଡିଓ କରୁଛନ୍ତି ବର୍ତ୍ତମାନ ମାନ ସାଧାରଣରେ ପଶ୍ନବାଚି ସୃଷ୍ଟି କରିଛି । ଏପରି ଦୃଶ୍ୟ ସବୁର ଆଗକୁ ନୂତନ ଯୁବପିଢ଼ି ମାନଙ୍କ ପାଇଁ ପ୍ରଭାବ ପକାଇବ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗାମୀ ଦିନରେ ବାଲୁଗାଁ, ବାଣପୁର କଲେଜ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଏଥି ପାଇଁ ତାଗିଦ କରି କଲେଜ କ୍ୟାମ୍ପସ ଭିତରେ ଏପରି ଭିଡିଓ ନ କରିବା ପାଇଁ ବାରଣ କଲେ ଭଲ ହୁଅନ୍ତା ବୋଲି ସ୍ଥାନୀୟ ବୁଦ୍ଧୀଜିବି ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *