ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ପବିତ୍ର ଗାନ୍ଧୀ ଜୟନ୍ତୀରେ ବିଜ୍ଞାନ ମେଳା ଆୟୋଜିତ ! ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ୭୫ଟି ବିଜ୍ଞାନ ପ୍ରକଳ୍ପ ଓ ୧୮ ଟି ଖେଳନା ଅଣାଯାଇଥିଲା ! କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନାରାୟଣ ମହାପାତ୍ର , ରବୀନ୍ଦ୍ର କୁମାର ନାୟକ, ଅକ୍ଷୟ ମହାପାତ୍ର , ଗୋପାଳପୁର କ୍ଲଷ୍ଟର ସମ୍ପାଦକ ରବ ନାରାୟଣ ଦାସ , ସଭାପତି ଦେବାଶିଷ ମିଶ୍ର ଏବଂ ବିଚାରକ ଭାବେ ପଞ୍ଚାୟତ ନୋଡାଲ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶକ୍ଷୟିତ୍ରୀ ଶ୍ରୀମତୀ ମମତା ରଣବୀର ସିଂ , ଶରତ ଚନ୍ଦ୍ର ମହାରଣା ପ୍ରକଳ୍ପ ଗୁଡକିର ବିଚାର କରିଥିଲେ | ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଆଚାଯ୍ୟ ସୁନୀଲ୍ କୁମାର ତ୍ରିପାଠୀ ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ ! ପରିଶେଷରେ ସାଂସ୍କୃତିକ କାଯ୍ୟକ୍ରମ ଆୟୋଜିତ ହୋଇଥିଲା !


