ପ୍ରସିଦ୍ଧ ଶକ୍ତିପୀଠ ମା ଚର୍ଚ୍ଚିକା ମନ୍ଦିରରେ ଶାରଦୀୟ ଦୁର୍ଗାପୂଜା କୁ ନେଇ ଷୋଳ ପୂଜା ପର୍ବ !!!

0
194

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଶାରଦୀୟ ଦୁର୍ଗା ପୂଜା କୁ ନେଇ ଚଳଚଞ୍ଚଳ ରାଜ୍ୟ ର ଅନ୍ୟତମ ଶକ୍ତିପୀଠ ମା ଚର୍ଚ୍ଚିକା ମନ୍ଦିର ! ଆରମ୍ଭ ହୋଇଗଲା ଷୋଡଶ ଉପଚାରର ପହିଲି ପୂଜା ! ରୀତିକାନ୍ତି ଅନୁଯାଇ ରାଜା ଙ୍କ ଘରୁ ଆଜ୍ଞାମାଳ ମିଳିବା ପରେ ମନ୍ଦିର ରାଜଗୁରୁ ଙ୍କ ଦ୍ୱାରା କରାଗଲା ସଂକଳ୍ପ କଳସି ସ୍ଥାପନ ! ଏହି ଦିନ ଗୁଡିକ ରେ ଯଦି ମା ଙ୍କ ଦର୍ଶନ କରନ୍ତି ତବେ ସେମାନଙ୍କୁ ମିଳିଥାଏ କୋଟି ଜନ୍ମ ର ପୁର୍ଣ୍ୟଫଳ ଏଭଳି ରହିଛି ବିଶ୍ୱାସ ! ଶାରଦୀୟ ଦୁର୍ଗା ପୂଜା କୁ ନେଇ ଚଳଚଞ୍ଚଳ ରହିଥିବା ପ୍ରସିଦ୍ଧ ଶକ୍ତି ପୀଠ କଟକ ଜିଲ୍ଲା ବାଙ୍କୀ ର ମା ଚର୍ଚ୍ଚିକା ମନ୍ଦିର ! ଯେଉଁଠି ଆଜି ଠାରୁ ଆରମ୍ଭ ହୋଇଗଲା ଚଳିତ ବର୍ଷ ପାର୍ବଣ ର ଶରତ କାଳୀନ ଷୋଳଦିନାତ୍ମକ ପହିଲି ପୂଜା ! ମନ୍ଦିର ସେବାୟତ ମାନଙ୍କ ଦ୍ୱାରା ଶହେ ଆଠ କଳସି ରେ ମହାନଦୀର ପବିତ୍ର ଜଳ ଆସି ମା ଙ୍କୁ କରାଯାଇଥିଲା କୁମ୍ଭାଭିଷେକ ! ଏହା ପରେ ଆରମ୍ବ ହୋଇଯାଇଥିଲା ମନ୍ଦିର ରାଜଗୁରୁ ଭବାନୀ ଶଙ୍କର ମହାପାତ୍ର ଙ୍କ ଦ୍ୱାରା ପହିଲି ପୂଜା ର ପହିଲି ନୀତିକାନ୍ତି ! ରାଜା ଙ୍କ ଘରୁ ଆସିଥିବା ସଂକଳ୍ପ କଳସି ମା ଙ୍କ ସମ୍ମୁଖରେ ସ୍ଥାପନ କରାଯାଇ ନେତ୍ର ଲାଗି ଉତ୍ସବ ର ପରମ୍ପରା ସହିତ ସୂର୍ଯ୍ୟପୂଜା . ବହ୍ଲବ ଓ ଦ୍ୱାରପାଳ ପୂଜା ନୀତିକାନ୍ତି ଶେଷ ହୋଇଥିଲା ! ଏ ସବୁ ନୀତିକାନ୍ତି ସରିବା ପରେ ଆରମ୍ଭ ହୋଇଯାଇଥିଲା ପହିଲି ଧୂପର ପହିଲି ପୂଜା ! ମା ଙ୍କ ନିକଟରେ ପ୍ରତ୍ୟକ ଦିନ ମଣ୍ଡୁଆ. ଗଜାମୁଗ , ଆଖୁ. ଖେଚଡି. ଆମିଷ ଭୋଗ ମଧ୍ୟ ଲାଗି ହୋଇଥାଏ ! ଏହି ପୂଜା ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପି ଚାଲିଥାଏ ! ମା ଙ୍କର ଏହି ଶରତ କାଳୀନ ପୂଜା ଦେଖିବାଳୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟା ରେ ଭକ୍ତ ମାନସିକଧାରୀ ଓ ଶ୍ରଦ୍ଧାଳୁ ଭିଡ଼ ଜମିଥାଏ ! ବିଶ୍ୱାସ ରହିଛି ଏହି ସମୟ ରେ ମା ଚର୍ଚ୍ଚିକା ଦର୍ଶନ କଲେ ମିଳିଥାଏ କୋଟିଏ ଜନ୍ମ ର ପୂଣ୍ୟଫଳ !

ଯଦି ମା ଙ୍କ ମହିମା କଥା ଆମେ କହିବା ଏଠି ଉଷୁନା ଧାନ ହୋଇଥଏ ଗଜା ! ମା ଙ୍କ ସମ୍ମୁଖରେ ରଖା ଯାଇଥିବା ସଂକଳ୍ପ କଳସି ରେ ଯେଉଁ ଉଷୁନା ଧାନ ଥାଏ ତାହା ହୋଇଥାଏ ଗଜା ! ଯାହା ଅନ୍ୟ କୌଣସି ଶକ୍ତି ପୀଠ ରେ ଦେଖିବାକୁ ମିଳେ ନାହିଁ ! ଅନ୍ୟପଟେ ଏହି ଷୋଳ ପୂଜା ସମୟ ରେ ପ୍ରତ୍ୟକ ଦିନ ମା ଙ୍କ ସମ୍ମୁଖରେ ଅଭିଜ୍ଞାତା ସମ୍ପନ୍ନ ପଣ୍ଡିତ ମାନଙ୍କ ଦ୍ୱାରା ଚଣ୍ଡିପାଠ ଓ ରାମାୟଣ ପଠନ କରାଯାଇଥାଏ ! ଜନଗହଳି ଓ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖି ଆଗରେ ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନିକ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ! ଏହି ଷୋଳ ପୂଜା ସମୟ ରେ ମା ଙ୍କ ବଡ ଉତ୍ସବ ରହିଛି ମହାଷ୍ଟମୀ ପର୍ବ ! ଯେଉଁଦିନ ମା ଭକ୍ତ ଙ୍କୁ ଦର୍ଶନ ଦେବେ ମହିଂସା ମର୍ଦିନୀ ବେଶ ରେ ! ଶେଷରେ ଦଶହରା ଦିନ ରାଜରାଜେଶ୍ବରୀ ରୂପ ଓ କୁମାର ପୂର୍ଣ୍ଣମୀ ର ମା ଭକ୍ତଙ୍କୁ ଦର୍ଶନ ଦେବେ କୁଆଁରୀ ବେଶ ରେ !

LEAVE A REPLY

Please enter your comment!
Please enter your name here