ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଟକ ଜିଲ୍ଲାର ବାଙ୍କି ବିଧାନସଭା କ୍ଷେତ୍ରର ଯାତମୁଣ୍ଡିଆ ସ୍ଥିତ ମା ଅରାଚଣ୍ଡୀ ପୀଠ ପରିସରରେ ବିଜେପି ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି | ସଭାପତି ବିନୋଦ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଲିଙ୍ଗରାଜ ଭାଇ, ଧରଣୀ ଭାଇ, ବିସ୍ତାରକ ରବୀନ୍ଦ୍ର ଭାଇ ଓ ବାଙ୍କୀ ର ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ଉପସ୍ଥିତ ରହିଥିଲେ ! ଡମପଡା ମଣ୍ଡଳର ସମସ୍ତ ପଦାଧିକାରୀ, କାର୍ଯ୍ୟକର୍ତ୍ତାଙ୍କ ସହମତି ରେ ବିଧିବଦ୍ଧ ଭାବେ ସତ୍ୟାପନ ହୋଇଥିଲା । ଡମପଡା ମଣ୍ଡଳର ନୂତନ ସଭାପତି ଭାବେ ଯୁବ ସମାଜସେବୀ ସୁଶାନ୍ତ ଜେନାଙ୍କୁ ସର୍ବ ସମ୍ମତ କ୍ରମେ ଉକ୍ତ ସଭାରେ ବଛା ଯାଇଥିଲା |
ଅରାଚଣ୍ଡୀ ପୀଠ ରେ ବାଙ୍କୀ ବିଜେପି ର ସାଙ୍ଗଠନିକ ବୈଠକ !!!

