ଟମକା ଅଞ୍ଚଳରେ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣା : ପୋଲିସ ଦ୍ବାରା ଦୁଇ ଯୁବକ ଅଟକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଟମକା ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ଟମକା ପୋଲିସ ଦୁଇ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି । ସୂଚନା ମୁତାବକ ଟମକା ବାସିନ୍ଦା ସୁନାରାମ ସୋରେନଙ୍କ ପୁଅ ଜିତୁନ ସୋରେନଙ୍କ ଉପରେ ବ୍ୟକ୍ତିଗତ ରାଗ ରଖି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏହା ଫଳରେ ଜିତୁନ ସୋରେନଙ୍କ ଦେହର 70 ପ୍ରତିଶତ ଜଳି ଯାଇଥିଲା । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯିବା ପରେ ଏବେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଅଛି ! ଘଟଣାରେ ଟମକା ପୋଲିସ ସାକ୍ଷ୍ୟ ପ୍ରମାଣ ଆଧାରରେ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ଥାନାର ଭାରପ୍ରାପ୍ତ ଅଧିକାରି ରଞ୍ଜନ ମଲ୍ଲିକଙ୍କ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *