ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଗୁଡ଼ୁମରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ, ସୁରଭି – 2023 ଅନୁଷ୍ଠିତ l ବେଗୁନିଆ ବ୍ଲକ ଅନ୍ତର୍ଗତ ଗୁଡ଼ୁମ ଗ୍ରାମର ଗଜପତି ବିରକେଶ୍ୱର ଦେବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2023 ଅନୁଷ୍ଠିତ ହୋଇଯାଇଛି l କରଡ଼ଗାଡ଼ିଆ କ୍ଲଷ୍ଟରର 12ଟି ସ୍କୁଲରୁ ଆସିଥିବା ପାଖାପାଖି 300 ପିଲାଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମର ପ୍ରଥମରେ ଶିକ୍ଷାର ଉନ୍ନତି ଏବଂ ନାରୀଶିକ୍ଷାର ପ୍ରଗତି ନିମନ୍ତେ ଏକ ଶିକ୍ଷା ରଥ ଅଞ୍ଚଳରେ ବୁଲି ଜନସାଧାରଣ ମାନଙ୍କୁ ସଚେତନ କରାଇଥିଲା l ଏହାପରେ କ୍ଲଷ୍ଟ୍ରରର ସିଆରସିସି ସରୋଜ କୁମାର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ବେଗୁନିଆ ବ୍ଲକର ପ୍ରାକ୍ତନ ଅତିରିକ୍ତ ଶିକ୍ଷା ଅଧିକାରୀ ରାମପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ବିଦ୍ୟାଳୟର ସଭାପତି ଅର୍ଜୁନ ବିଶ୍ୱାଳ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଡିବେଟ, କୁଇଜ, ଜିକେ, ଡ୍ରଇଂ, ନାଚ ଗୀତ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଏହାପରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରି ସମ୍ମାନିତ କରିଥିଲେ l ପରିଶେଷରେ ବିଦ୍ୟାଳର ଶିକ୍ଷୟତ୍ରୀ ସସ୍ମିତା ହୋତା, ସରକାରଙ୍କର ଏହି ଅଭିନଵ ପ୍ରୟାସ ଦ୍ୱାରା ଶିଶୁମାନଙ୍କମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣର ବିକାଶ ହେବବୋଲି କହିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l
ଗୁଡ଼ୁମରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ, ସୁରଭି – 2023 ଅନୁଷ୍ଠିତ !!!

