ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବ୍ରାହ୍ମଣୀ ବ୍ରିଜ ଉପରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି l ଗୁରୁତରଙ୍କୁ ପ୍ରଥମେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଛନ୍ତି । ଦୁଇ ଜଣଙ୍କ ଘର କୋରେଇ ଥାନା ଅନ୍ତର୍ଗତ ତେନ୍ତୁଳୀଖୁଣ୍ଟା ବୋଲି ଜଣା ପଡିଛି l ଦୁର୍ଘଟଣା ଖବର ପାଇ ସ୍ଥାନୀୟ ପୋଲିସ୍ ଦାନଗଦି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି ।
ବ୍ରାହ୍ମଣୀ ବ୍ରିଜ ଉପରେ ବାଇକ ଦୁର୍ଘଟଣାରେ ଜଣେ ମୃତ !!!

