ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପଣାସିଆ ମୁଖ୍ୟ ରାସ୍ତାରେ ବାଇକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ! କାଳିଆପାଣି ଥାନା ଅନ୍ତର୍ଗତ ପଣାସିଆ ମୁଖ୍ୟ ରାସ୍ତାରେ ବାଇକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ ପାଣିକୋଇଲି ବାସିନ୍ଦା ବାଇଆ ମୁଣ୍ଡା ବ୍ୟକ୍ତିଗତ କାର୍ଯ୍ୟରେ ପଣାସିଆ ଗ୍ରାମକୁ ଯାଇ ତାଙ୍କ ବନ୍ଧୁ ଗମା ମୁଣ୍ଡାଙ୍କ ସହିତ ଏକ ବାଇକରେ ପାଖ ବଜାରକୁ ଆସୁଥିବା ବେଳେ ମୁଖ୍ୟ ରାସ୍ତାରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବାଇକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ହୋଇଥିଲେ , ଦୁର୍ଘଟଣାଗ୍ରସ୍ତ ଦୁଇ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ଏବେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ପଣାସିଆ ମୁଖ୍ୟ ରାସ୍ତାରେ ବାଇକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ !!!

