ମୋହନା ଶିଶୁ ମନ୍ଦିରରେ କଣ୍ଢେଇ ମେଳା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ କଣ୍ଢେଇ ମେଳା ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିରର ଶିଶୁ ବାଟିକା ପ୍ରମୁଖ ପ୍ରତିମା ସାହୁ ଓ ବିନତି ବାଡ଼ତ୍ୟାଙ୍କ ସଂଯୋଜନାରେ ଏହି ମେଳା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପରିଚାଳନା ସମ୍ପାଦକ ରବି କୁମାର ପାତ୍ର , ସମିତିର ଉପଦେଷ୍ଟା ମଧୁସୂଦନ ପାଢୀ , ବାବୁଲା ସେଠୀ , ଅବିଭାବକ ଶିବ ସେଠୀ ଓ ପ୍ରଧାନ ଆଚାର୍ଯ୍ୟା ଆରତୀ ପାଢୀ ପ୍ରମୁଖ ଯୋଗଦେଇ ମେଳାର ଉଦ୍ଦେଶ୍ୟ ସଂମ୍ପର୍କରେ କହିଥିଲେ । ଏହି ମେଳାରେ ଶିଶୁ ମନ୍ଦିରର ପ୍ରାରମ୍ଭ ଓ ବୋଧ ଶ୍ରେଣୀର ଛାତ୍ର ଛାତ୍ରୀ ବିଭିନ୍ନ ପ୍ରକାରର କଣ୍ଢେଇ ପ୍ରଦର୍ଶନ କରିଥିଲେ । ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *