ରାଜ୍ୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତାରେ ଗଜପତି ଚାମ୍ପିଅନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବ୍ରହ୍ମପୁର ସ୍ଥିତ ଖଲିକୋଟ କଲେଜ ଏକକ ବିଶ୍ଵବିଦ୍ୟାଳୟ ଖେଳ ପଡିଆରେ ୧୮ , ୧୯ ଓ ୨୦ ତିନି ଦିନ ଧରି ଚାଲିଥିବା ରାଜ୍ୟ ବିଦ୍ୟାଲୟ ସମୂହ କବାଡି ପ୍ରତିଯୋଗିତାରେ ଗଜପତି ଜିଲ୍ଲା ର ୧୪ ବର୍ଷରୁ କମ୍ ବାଳକ ମାନେ ୫୧ – ୨୦ ପଏଣ୍ଟ ରେ ବାଲେଶ୍ଵର ଜିଲ୍ଲା କୁ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି ! ଖେଳ ଶିକ୍ଷକ ରେଖାରାଣୀ ଦେଓ, ଅଜୟ ବିଶ୍ବାଳ, କେ ରମୋଜି, କେ ଭି ରେଡ୍ଡୀ କୋଚ ଭାବେ ଯୋଗ ଦେଇଥିଲେ । ଏହି କୃତକାର୍ଯ୍ୟକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ଓ ଭାରପ୍ରାପ୍ତ କ୍ରୀଡା ନୀରିକ୍ଷକ ସୁରେନ୍ଦ୍ର ପାତ୍ର ସ୍ବାଗତ ଓ ଅଭିନନ୍ଦନ ଜଣାଇଛନ୍ତି । ସମସ୍ତ ଖେଳାଳୀ ମାନଙ୍କୁ ଫରେଷ୍ଟ ଗେଟ ଛକ ଠାରୁ ବାଇକ ରାଲୀ କରି ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ ପର୍ଯ୍ୟନ୍ତ ସ୍ବାଗତ କରିଥିଲେ । ଏହି ରାଲିରେ ସମସ୍ତ କ୍ରୀଡ଼ା ଶିକ୍ଷକ, ଶିକ୍ଷୟତ୍ରୀ, ଅମୂଲ୍ୟ ପାଣିଗ୍ରାହି, ଏନ ମେନକା ରାଓ, ମନୋଜ ବେହେରା ଓ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ । ଧୀରେନ୍ଦ୍ର ସାମଲ , କିଶୋର ସାମଲ, କେ ଭି ରେଡ୍ଡୀ, ସନ୍ତୋଷ ପଣ୍ଡା, ପ୍ରିୟଦର୍ଶି ମିଶ୍ର, ଲିଙ୍ଗରାଜ ସାହୁ, ସୁଶାନ୍ତ ପ୍ରଧାନ ସମସ୍ତେ ରାଲି ରେ ମୁଖ୍ୟ ଭୂମିକା ନେଇଥିଲେ । ପରିଶେଷରେ କ୍ରୀଡ଼ା ନିରୀକ୍ଷକ ସୁରେନ୍ଦ୍ର କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

 

Leave a Reply

Your email address will not be published. Required fields are marked *