ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ କଲେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ କଲେ ଓଡ଼ିଶାର ପୂର୍ବତନ ମୂଖ୍ୟ ଶାସନ ସଚିବ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ର ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ପାରଳଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ କରିବା ପରେ ଆଶ୍ଚର୍ଯ୍ୟ ହେଇଥିଲେ ! ପାରଳାଖେମୁଣ୍ଡି ହେଉଛି ଜିଲ୍ଲା ର ସଦର ମହକୁମା ! ରେଳଷ୍ଟେସନ ଏତେ ଦୟନୀୟ ଅବସ୍ଥା ରେ ରହିଛି ଯାହା ଫଳରେ ଯାତ୍ରୀ ମାନେ ନା ଠିଆ ହେବା ପାଇଁ ଅଛି ନା ବସିବାକୁ ଜାଗା ଅଛି । ଏଠାରେ ଶହ ଶହ ଯାତ୍ରୀ ବାହାରକୁ ଯିବା ଆସିବା କରୁଛନ୍ତି । ଶୁଣିବାକୁ ମିଳିଛି ଯେ ପାରଳଖେମୁଣ୍ଡି ଓ ପାରଳଖେମୁଣ୍ଡି ଆଖପାଖ ଅଞ୍ଚଳବାସୀ ମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ଆସିବା କରିବାପାଇଁ ବହୁତ ଲଗେଜ ନେଉଥିବା ଏବଂ ନିଜର ଜିନିଷ ପତ୍ର ଧରି ଠିଆ ହେବା ପାଇଁ କୋୖଣସି ପ୍ରକାର ବ୍ୟବସ୍ଥା କରାଯାଇ ନଥିବା ଦେଖିବାକୁ ମିଳିଛି। ବର୍ତମାନ ଏହି ରେଳଷ୍ଟେସନରେ ଯାତ୍ରୀଙ୍କ ଅସୁବିଧା ହେଉଥିବା ବିଷୟରେ ଗୋଟିଏ ଷ୍ଟେସନ ଅଞ୍ଚଳର ପରିସ୍ଥିତି ସମ୍ପର୍କରେ ଗୋଟିଏ ଭିଡିଓ ରେକଡିଂ କରିଥିଲେ । ଏହି ରେଳ ଷ୍ଟେସନରେ ଉପସ୍ଥିତ ଥିବା ଆଞ୍ଚଳିକ ବାସିନ୍ଦା ସହିତ ଆଲୋଚନା କରିବା ପରେ ଶ୍ରୀ ପଟ୍ଟନାୟକ ରେଳ ବିଭାଗ ଜିଏମ ସହିତ ଯୋଗାଯୋଗ କରିବା ବେଳେ ତାଙ୍କ ସହିତ ଯୋଗାଯୋଗ ହୋଇ ପାରିନଥିଲା । ଅପରପକ୍ଷରେ ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବିନୀ ବୈଷ୍ଣବ ଙ୍କ ସହିତ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ । ରେଳ ବିଭାଗ ମନ୍ତ୍ରୀ ଶ୍ରୀ ବୈଷ୍ଣବ ବିଜୟ ପଟ୍ଟନାୟକଙ୍କ ଅଭିଯୋଗ କୁ ସ୍ୱୀକାର କରିବା ସହିତ ଏହା ଉପରେ ନିଶ୍ଚୟ ଭାବେ ପଦକ୍ଷେପ ନେବାକୁ ଶ୍ରୀ ବିଜୟ ପଟ୍ଟନାୟକଙ୍କୁ ଜଣାଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ବସନ୍ତ କୁମାର ପଣ୍ଡା, ବିଭୁତି ଭୁଷଣ ପାତ୍ର, କୁନା ମାଝୀ ପ୍ରମୁଖ କଂଗ୍ରେସ କମିଟି ପକ୍ଷରୁ ନେତା କର୍ମୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *