ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିକଟସ୍ଥ ରଜୀବ ଗ୍ରାମରେ ବହୁ ଆଡମ୍ବର ରେ ଅନୁଷ୍ଠିତ ହେଉଛି ଗଜଲକ୍ଷ୍ମୀ ପୂଜା । ଏହି ଅବସରରେ ଦୁଇଦିନ ଧରି ବାଦୀ ଭାଗବତ ଅନୁଷ୍ଠିତ ହେଉଅଛି । ପ୍ରଥମ ସନ୍ଧ୍ୟା ରେ ନରଣପୁର ଏବଂ ଖଣ୍ଡପଡା ବନମାଳୀପୁର ମଧ୍ୟରେ ବାଦୀ ଲାଗିଥିବା ବେଳେ ଆସନ୍ତା କାଲି ବଡମ୍ବା ଝାଜିଆ ଏବଂ ମାଣିଆବନ୍ଧ ଗୋଡ଼ିସାହି ମଧ୍ୟରେ ବାଦୀ ଲାଗିବ ବୋଲି ଅନୁଷ୍ଠାନ ପକ୍ଷରୁ ମିଳିଛି ସୂଚନା । ସ୍ୱତନ୍ତ୍ର ବିଚାରକ ମଣ୍ଡଳୀରେ ମହାନ ଭାଗବତ ବିଚାରକ ହେମନ୍ତ ବଳିୟାରସିଂହ, ପ୍ରଶାନ୍ତ କୁମାର ନାୟକ ଏବଂ କୈଳାଶ ମହାପାତ୍ର ଙ୍କ ଉପସ୍ଥିତିରେ ଚାଲିଛି ଏହି ବାଦୀ ଭାଗବତ । ଏହି କାର୍ଯ୍ୟକ୍ରମ ରେ ଅଂଚଳର ବହୁ ଗ୍ରାମର ଭାଗବତ ପ୍ରେମୀ ଯୋଗ ଦେଇଥିଲେ । ଗଜଲକ୍ଷ୍ମୀ ପୂଜା କମିଟିର ମୁଖ୍ୟ ଗଣେଶ ନାୟକ ଙ୍କୁ ଅଞ୍ଚଳବାସୀ ସାଧୁବାଦ ଜଣାଇବା ସହ କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।
ବାଙ୍କୀ ନିକଟସ୍ଥ ରଜୀବ ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଆୟୋଜନ !!!

