ଗଜପତିରୁ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟର ବରିଷ୍ଠ ନାଗରିକ ମାନଙ୍କୁ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ସୁବିଧା ନିମନ୍ତେ ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଆର୍ଥିକ ଦୁର୍ବଳ ଶ୍ରେଣୀ ତଥା ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ନାଗରିକଙ୍କ ନିମନ୍ତେ ଉଦ୍ଦିଷ୍ଟ । ଆଜି ଗଜପତି ଜିଲ୍ଲାରୁ ବରିଷ୍ଠ ନାଗରିକଙ୍କ ନିମନ୍ତେ ତୀର୍ଥ ଯାତ୍ରା ଯୋଜନା 2022-23 ର ଶୁଭାରମ୍ଭ ହୋଇଛି । ବିଭିନ୍ନ କାରଣରୁ 2022-23 ଆର୍ଥିକ ବର୍ଷରେ ହେବାକୁ ଥିବା ଏହି ଯୋଜନା ବନ୍ଦ ହୋଇଥିଲା, ଯାହାକି ଆଜି ପାରଳାଖମୁଣ୍ଡିରୁ ଶୁଭାରମ୍ଭ ହୋଇଛି। ଏହି ଯାତ୍ରାକୁ ମାନ୍ୟବର ବିଧାୟକ, ପାରଳାଖେମୁଣ୍ଡି ଶ୍ରୀ. କେ. ନାରାୟଣ ରାଓ ଏବଂ ସଭାପତି, ଜିଲ୍ଲା ପରିଷଦ, ଗଜପତି ଶ୍ରୀ ଗାଭାରା ତିରୁପତି ରାଓ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ପ୍ରକାଶ ଥାଉକି ଆଜି ଉକ୍ତ ତୀର୍ଥଯାତ୍ରୀମାନେ ପାରଳାଖମୁଣ୍ଡି ରୁ ବ୍ରହ୍ମପୁର ବସ୍ ଅଭିମୁଖେ ଯାତ୍ରା କରିବେ ଏବଂ କାଲି ସକାଳେ ବ୍ରହ୍ମପୁର ରେଳ ଷ୍ଟେସନ ରୁ ରେଳ ଯୋଗେ କନ୍ୟାକୁମାରୀ ଏବଂ ତ୍ରିଭେନ୍ଦ୍ରମ୍ ଅଭିମୁଖେ ଯାତ୍ରା କରିବେ । ଏହି ଯାତ୍ରା 6 ଦିନର ହୋଇଥିଲା ବେଳେ ଏହା 31-10-2023 ରୁ ଆରମ୍ଭ ହୋଇ 05-11-2023 ରେ ସରିବ। ଏହି ତୀର୍ଥଯାତ୍ରୀଙ୍କ ସମସ୍ତ ଗସ୍ତ ଏବଂ ରହଣି ଓଡ଼ିଶା ସରକାର ବହନ କରିବେ। ଉକ୍ତ ଯାତ୍ରାରେ ବିଭିନ୍ନ ପଞ୍ଚାୟତ ସମିତି ତଥା ମୋହନା ରୁ 12 ଜଣ, ରା.ଉଦୟଗିରି ରୁ 6 ଜଣ, ନୂଆଗଡ଼ରୁ 3 ଜଣ, ରାୟଗଡ଼ 4 ରୁ ଜଣ, ଗୋଷାଣୀ ରୁ 15 ଜଣ, କାଶୀନଗର ରୁ 7 ଜଣ, ଗୁମ୍ମା ରୁ 8 ଜଣ, ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ରୁ 21 ଜଣ ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରୁ 14 ଜଣ ତୀର୍ଥଯାତ୍ରୀ ଅଛନ୍ତି । ଗସ୍ତ ପୂର୍ବରୁ ସମସ୍ତ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼ାକ୍ତର ମାନଙ୍କ ଦ୍ବାରା କରାଯାଇ ସେମାନଙ୍କୁ ପ୍ରତିଦିନ ବ୍ୟବହାର ଲାଗି ଔଷଧ ଯୋଗାଇ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଗୋଷାଣୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀ ଏନ୍. ଭିର ରାଜୁ, ଅତିରିକ୍ତ ଜିଲ୍ଲାପାଳ (ରେଭେନ୍ୟୁ) ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ ଗୁରୁମାଇ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାକୁ ଜିଲ୍ଲା ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *