କୁମାରୋତ୍ସବ ଯାତ୍ରା କୁ ଆଉ ଟିକିଏ ସରସ ସୁନ୍ଦର କରିବା ପାଇଁ ଏକ ନୂତନ ପ୍ରୟାସ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପାଞ୍ଚ ଦିନ ବ୍ୟାପୀ ଚାଲିଥିବା ବାଙ୍କୀ ମହୋତ୍ସବ ସରିଯିବା ପରେ କୁମାରୋତ୍ସବ ଯାତ୍ରା କୁ ଆଉ ଟିକିଏ ସରସ ସୁନ୍ଦର କରିବା ପାଇଁ ଏକ ନୂତନ ପ୍ରୟାସ କରିଛନ୍ତି ବାଙ୍କୀ ର ତ୍ରୀନାଥ ବଜାର ପୂଜା କମିଟି । ବାଙ୍କୀ ମହୋତ୍ସବ ର ପରଦିନ ଭଷାଣୀ କାର୍ଯ୍ୟ ହୋଇଥାଏ କିନ୍ତୁ ଚଳିତ ବର୍ଷ ଗୁରୁବାର ପଡିଥିବାରୁ ଗୋଟିଏ ଦିନ ଠାକୁର ମାନଙ୍କ ର ବିଶ୍ରାମ ହୋଇ ଶୁକ୍ରବାର ଦିନ ଭଷାଣୀ ହେବା ପାଇଁ ବଜାର କମିଟି ନିଷ୍ପତ୍ତି ନେଇଥିଲେ । ତ୍ରୀନାଥ ବଜାର ପୂଜା କମିଟି ପକ୍ଷରୁ ବାଙ୍କୀ ତଥା ବାଙ୍କୀ ବାହାର ରୁ ଆସିଥିବା ଦର୍ଶକ ମାନଙ୍କ ପାଇଁ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କର ଯାଇଥିଲା ! କଟକର ସାଇ ସଙ୍ଗମ ଅର୍କେଷ୍ଟ୍ରା ର କଳାକାର ମାନେ ସୁନ୍ଦର ସଙ୍ଗୀତ ପରିବେଷଣ କରି ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ । ଏଥି ସହିତ ପୂଜ୍ୟପୁଜାର ପରମ୍ପରାକୁ ଭୁଲି ନଥିଲେ କମିଟି ର କର୍ମକର୍ତ୍ତା ମାନେ । ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ , ବାଙ୍କୀ ବଜାର କମିଟି ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଶ୍ରୀନିବାସ ବେହେରା, କୋଷାଧ୍ୟକ୍ଷ ରବି ନାରାୟଣ ଦାସ, ଉମେଶ କୁମାର ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ଦେବୀଦତ୍ତ ବିଭୁତିରାୟ, ଗୀତିକାର ତଥା ସାମ୍ବାଦିକ ଅନନ୍ତ ରଣା, ବାଙ୍କୀ ଏନ୍ ଏସି ଉପ ନଗରପାଳ ସନ୍ତୋଷ କୁମାର ରଣା , ବାଙ୍କୀ ମହୋତ୍ସବ ଉପସଭାପତି ସନାତନ ବେହେରା, ସୌମେନ୍ଦ୍ର ମିଶ୍ର ପ୍ରଭୃତି ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । କମିଟି ର ସଭାପତି ସତ୍ୟ ନାରାୟଣ ସାହୁ , ସମ୍ପାଦକ ବିବେକାନନ୍ଦ ସାମଲ, ଅନୁପ୍ ବଥୁଆଲ, ସୁରେଶ କୁମାର ବଥୁଆଲ, ପ୍ରଶାନ୍ତ କୁମାର ମହାପାତ୍ର, ମିଜନ୍ ସାହୁ, ଅଜୟ କୁମାର ରଣା ଏବଂ ଅନ୍ୟାନ୍ୟ ବ୍ୟବସାୟୀକ ପ୍ରତିଷ୍ଠାନ ମାଲିକ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ! ଏପରି ପଦକ୍ଷେପ କୁ ବାଙ୍କୀ ବାସି ପ୍ରଶଂସା କରିଥିବା ବେଳେ ବଜାର କମିଟି ଆଗକୁ ଏପରି କାର୍ଯ୍ୟକ୍ରମ ଜାରୀ ରଖିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

Leave a Reply

Your email address will not be published. Required fields are marked *